ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ସେହି ଗ୍ରାମର ଦାମ ବେହେରାଙ୍କ ଝିଅ କୁମା ବେହେରା (୫୫) ଆଜି ସକାଳ ୬ ଟାରେ ନିକଟସ୍ଥ ଜଙ୍ଗଲକୁ ଶାଳ ପତ୍ର ଗୋଟାଇବାକୁ ଯାଇଥିବା ବେଳେ ହାତିଆକ୍ରମଣ ର ଶିକାର ହୋଇଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ପାଖାପାଖି ୧୭ ଟି ହାତୀ ଥିବା ବେଳେ, ଆଜି ଦିନ ୧୨ ଟାରେ ତାଙ୍କ ମୃତଦେହ କୁ ଉଦ୍ଧାର କରାଯାଇଥିବାର ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
