News
WhatsApp Image 2023-10-04 at 17.25.00
samparksetu

୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ରେ ଅହେତୁକ ବିଳମ୍ବ ଘଟଣା ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧ ରେ ଟାଉନ ଥାନାରେ ଏତଲା ଦେଲେ ସାଂସଦ

୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ରେ ଅହେତୁକ ବିଳମ୍ବ ଘଟଣା ସମ୍ପୃକ୍ତ ଠିକା ସଂସ୍ଥା ବିରୋଧ ରେ ଟାଉନ ଥାନାରେ ଏତଲା ଦେଲେ ସାଂସଦ ମହେଶ ସାହୁ ।

ସୀମା ଟପିସାରିଲାଣି ଅସହ୍ୟ ହେଲାଣି ଜୀବନ ଯାତ୍ରା କେତେବଳେ କିଏ ପଡୁଛି ତ କେତେବଳେ କାଦୁଅ ରେ ପସିଯାଉଛି ଆଉ କେତେବଳେ ଚାଲି ଯାଉଛି ନିରୀହ ଯାତ୍ରୀ ର ଜୀବନ । ଏଭଳି ଦୈନନ୍ଦିନ ଘଟଣା ଘଟିବାରେ ଲାଗିଛି ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରେ  । ଦୀର୍ଘବର୍ଷ ହେବ ଅହେତୁକ ବିଳମ୍ବ ସହ ମରଣ ଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ତେବେ ଆସନ୍ତାକାଲି ଏହି ପରିପକ୍ଷୀରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦେଶକ ଏବଂ ଠିକାଦାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଢେଙ୍କାନାଳ ଟାଉନ ଥାନା ରେ ଏତଲା ଦେଇଛନ୍ତି ସାଂସଦ ଶ୍ରୀ ମହେଶ ସାହୁ ।

ସାଂସଦ ଙ୍କ ଏଫଆଇଆର ରେ ଲିଖିତ ଅଭିଯୋଗ ଅନୁଯାୟୀ  ୫୫ ନମ୍ବର ଜାତୀୟରାଜପଥ ସମ୍ପ୍ରସାରଣ ନିମନ୍ତେ ଗାୟତ୍ରୀ କନଷ୍ଟ୍ରକସନ ନାମକ ଏକ କମ୍ପାନିକୁ କାର୍ଯ୍ୟାଦେଶ ଦିଆ ଯାଇଥିବା ବେଳେ ସଠିକ ସମୟ ବିତିଯାଇଥିଲେ ମଧ୍ୟ କାମ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ଯାହା ଫଳରେ ରାସ୍ତାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ଧାରା – ୧୩୩  ସିଆରପିସି ଆଇନ ଅନୁଯାୟୀ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦେଶକ ଏବଂ ଠିକାଦାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଂସଦ ଏକ ଏଫଆଇଆର ଢେଙ୍କାନାଳ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ଦେଇଛନ୍ତି ।

new life
You might also like
error: Content is protected !!