ପାର୍ବଣ ଋତୁ ଆରମ୍ଭରୁ ଅଶାନ୍ତ ହେଲାଣି ଶାନ୍ତିର ସହର । ରାତି ଅଧିକା ଫୁଟୁଛି ଗୁଳି ସହରରେ ବୁଲୁଛି ବେଆଇନ ବନ୍ଧୁକ, ଧଳା ଜହର ରେ ମାତିଛନ୍ତି ଯୁବଗୋଷ୍ଠୀ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଫୁଟିଲା ଗୁଳି । ଗତକାଲି ରାତିରେ ୩ ଦୁର୍ବୃତ୍ତ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିବା ସୂଚନା, ଆତଙ୍କ ରେ ଗ୍ରାମବାସୀ ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ୮ ଟା ସମୟରେ ରଞ୍ଜା ଛକ ଠାରେ ନାଲି ପଲ୍ସର ରେ ଆସି ସେଠାରେ ଥିବା କିଛି ଯୁବକଙ୍କୁ ଧଳା ଜହର କିଣିବା ନିମନ୍ତେ ଜୋର ଜବରଦସ୍ତ ଟଙ୍କା ମାଗିଥିଲେ, ଟଙ୍କା ଦେବାକୁ ବାରଣ କରିବାରୁ ବନ୍ଧୁକ ଦେଖାଇ ତାଙ୍କୁ ଭୟବିତ ମଧ୍ୟ କରିଥିଲେ । ସେହି ସମୟରେ ସ୍ଥାନୀୟ କିଛି ଯୁବକ ଏନେଇ ଖବର ପାଇ ସେଠାରେ ପହଁଚିବାରୁ ସେଠାରୁ ସେମାନେ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଯୁବକ ସେଠାରୁ ଫେରି କ୍ଳବଘର ଉପରେ ବସିଥିବା ବେଳେ ଫୁଣି ଦୁର୍ବୃତ୍ତ ମାନେ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ତେବେ ଏଥିରେ ଆତଙ୍କିତ ହୋଇ ନିଜ ପ୍ରାଣ ବଞ୍ଚାଇବାକୁ ଯିଏ ଯେଉଁ ଆଡେ ଦଉଡି ପଳାଇଥିବା ବେଳେ ଛାତରୁ ପଡି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ଘଟଣାସ୍ଥଳ ରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ୩ଟି ଖୋକା ଜବତ କରିଥିବା ବେଳେ ଧଳ ଜହର ବ୍ୟବସାୟୀ ଙ୍କ ହେତୁ ସମ୍ପୃକ୍ତ ଅଞ୍ଚଳରେ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବାରୁ ସୁରକ୍ଷା ନେଇ ଅନିଶ୍ଚିତତା ରେ ଦିନ କାଟୁଛନ୍ତି ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ସେହିପରି ଏଭଳି ବେଆଇନ ବନ୍ଧୁକ ସହର ପ୍ରାନ୍ତରେ ବୁଲୁଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।