News
WhatsApp Image 2023-10-04 at 17.25.00
samparksetu

ବର୍ତ୍ତମାନ ର ପରିଚୟ

ଆଧୁନିକତାର  ନିଶାରେ
ସଭିଏଁ ମସଗୁଲ
କଳା ନାମେ କଳା କାରବାର
କଳା ଧନେ ବଢେ ଗନ୍ତାଘର
ଠିକାଦାର ର ରାସ୍ତା କାମ ପରି
ବଢେ ରାସ୍ତାର କଳେବର
ଲମ୍ବ ଓ ପ୍ରସ୍ଥରେ
ରାଜକୋଷ ହରିଲୁଟ ହୁଏ
ଗସ୍ତରେ ଗସ୍ତରେ….

ତୋଷିବାକୁ ଶାସକ ର ମନ
ମିଳେ ଉପହାର ଲଞ୍ଚ ଵା ଡିନର
ପୁଣି
ଛନ ଛନ ଯଉବନ କେତେ ଅବଳାର
ଆସନର ଲାଳସାରେ କଳଙ୍କ ଶାସନ
ନିରାପଦ ନୁହେଁ ଏଠି
ଜୀବନ ଯୌବନ…..

ଡିଣ୍ଡିମ ପିଟନ୍ତି ଯେତେ
ଯୋଜନା ନାମରେ
ଅନେକ ପାର୍ଥକ୍ୟ ତହିଁ
କଥା ଓ କାମରେ…

ସ୍ୱାର୍ଥପର ସର୍ବେ ଏଠି
ନିଜ ପାଇଁ ବ୍ୟସ୍ତ
ସୌଭାଗ୍ୟ ର ସୂର୍ଯ୍ୟ ଆଜି
ହୁଏ ଅସ୍ତମିତ….

✍️ଏଲୀ ଦାସ

new life
You might also like
error: Content is protected !!