ଭରା ମେଘାଚ୍ଛନ୍ନ ମୋ ପୃଥିବୀ ଆଜି
ବିଶ୍ବାସ ଆଉ ଶପଥ ଛକାପଞ୍ଝା ରେ
ଜାଣେନା କିପରି ଦେବି ଆଶ୍ୱାସନା
ହୃଦୟକୁ ମୋର କେଉଁ ଭରସାରେ !
ହତଭାଗ୍ୟ ମୁଁ କି ଭାଗ୍ୟ ମୋର ହେଲା
ଭାଗ୍ୟହୀନ ପ୍ରେମକାବ୍ୟ ଅଧ୍ୟାୟେ
ଅସଫଳ ପ୍ରେମିକ ସାଜିଲି ସେ ପଥେ
ପ୍ରାପ୍ତ ନୋହିଲା ସିଦ୍ଧି ପ୍ରେମକାବ୍ୟେ।
ଶୁଆ ପାଇ ତା ଶାରୀକୁ ହୋଇଲା ସମ୍ପୂର୍ଣ୍ଣ,
ଶାଶ୍ଵତ ହେଲା ତାଙ୍କ ପ୍ରେମ ଇତିହାସେ
କେଉଁ ଦଣ୍ଡ , ଅପରାଧ ମତେ ଯେ ମିଳିଲା
ରୁଦ୍ଧ ହୁଏ ପ୍ରାଣ ବିଶ୍ବାସଘାତକେ।
ହୃଦୟ, ମନ, ପ୍ରାଣରେ ରଖିଥିଲି
ଯାହା ନାମ ବିତାଡ଼ିତ କଲା ତା ଜୀବନୁ
ଫେରିବା ପଥକୁ ତା ଚାହିଁ ବସିଛି ମୁଁ
ନିଃଶ୍ୱାସ ନେଇ ପାରେନା ତା ବିନୁ।
ବୋଧେ ଛାଡ଼ିଦେବ ଜୀବନ ବି ହାତ
ଏଇଠି ସରିବ ଶେଷ ନାଟକ
ନିଃଶ୍ୱାସ ବି କହେ ବିଶ୍ୱାସ କରିବା
ଦେଲା ସାରି ତୋ ଜୀବ ଘୋଟକ ।
✍️ ସୁଶ୍ରୀ ସଙ୍ଗୀତା ସେଠୀ