News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହେବ ଗଣେଶ ପୂଜା ; ମୂର୍ତ୍ତିର ଉଚ୍ଚତା ରହିବ ୪ଫୁଟ

ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଆରମ୍ଭ ହେବ ଗଣେଶ ପୂଜା ଏବଂ ୧୨ ରେ ହେବ ଭସାଣି ଉତ୍ସବ । ଏ ନେଇ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସରକାରଙ୍କ କୋଭିଡ ପ୍ରଟୋକଲ ମାନି ପୂଜା ଅନୁଷ୍ଠିତ ହେବ । ମଣ୍ଡପର ସମ୍ମୁଖ ଭାଗକୁ ଛାଡି ୩ ପାଖକୁ ଆବଦ୍ଧ କରାଯିବ ।ମୂର୍ତ୍ତି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ । ପୂଜା ମଣ୍ଡପରେ ମୋଟ ୭ ଜଣ ବ୍ୟକ୍ତି ଉପସ୍ଥିତ ରହିବେ । ସମସ୍ତେ ମାସ୍କ ପିନ୍ଧିବା ସହ ସମାଜିକ ଦୂରତା ରକ୍ଷା କରିବେ । ମଣ୍ଡପରେ ଯେପରି ଗହଳି ନହୁଏ ଏ ନେଇ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ମାନେ ଦାୟିତ୍ୱ ନେବେ ।

ମଣ୍ଡପରେ କୌଣସି ଡାକ ବାଜି ଯନ୍ତ୍ର ବ୍ୟବହାର ହେବନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୋଜିଭାତ କୁ ମନା ହୋଇଛି । ବିସର୍ଜନ ସମୟରେ କୌଣସି ଶୋଭାଯାତ୍ରା ମନା ହୋଇଛି । ବିସର୍ଜନ ପୌରପାଳିକା ପକ୍ଷରୁ ଏକ ଅସ୍ଥାୟୀ ପୋଖରୀରେ କରାଯିବାର ନିଷ୍ପତ୍ତି ହୋଇଛି ।

new life
You might also like
error: Content is protected !!