News
WhatsApp Image 2023-10-04 at 17.25.00
samparksetu

ରାଜ୍ୟର ଏକମାତ୍ର ଗୋ-ସଦନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମଠାରେ ଥିବା ରାଜ୍ୟର ଏକମାତ୍ର ସର୍ବ ବୃହତ ଗୋ ସଦନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହା ଦୀର୍ଘଦିନ ହେବ ବନ୍ଦ ପଡିଛି। । ଏହି ଗୋସଦନର ଜମିକୁ କେତେକ ବ୍ୟକ୍ତି ଜବର ଦଖଲକରି ଘରଦ୍ବାର ନିର୍ମାଣ କରିଥିବା ବେଳେ ଏଠାରେ ଥିବା ମୂଲ୍ୟବାନ ମେସିନ ଗୁଡିକ ନଷ୍ଟ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କର ପଶୁପାଳନ ବିଭାଗ ତରଫରୁ ହିନ୍ଦୋଳ ବ୍ଲକ ବାବନ୍ଧ ଠାରେ ୩୭୯ ଏକର ଜମିରେ ରାଜ୍ୟର ସର୍ବବୃହତ ଗୋ-ସଦନ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା। ଏହି ଗୋ-ସଦନର ୩୭୯ ଏକର ଜମିରୁ ୮୫ ଏକର ଜମିରେ ଘାସ ଚାଷ କରାଯିବା ସହିତ ଗୋରୁମାନଙ୍କୁ ଖାଦ୍ୟ ଓ ଚାରଣ ଭୂମିପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା।    

ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ନିମନ୍ତେ ଜଣେ ସୁପରଭାଇଜର ଓ ଅନ୍ୟାନ୍ୟ ୬ ଜଣ କର୍ମକରା ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଫିଲ୍ମମାଳ, ଜଣେ ଚୌକିଦାର ନ ଜଣ ଅଟେଡାଣ୍ଟ ଜଣେ ଚମକା କଟାଳୀ ନିଯୁକ୍ତି ପାଇଥିଲେ। ଏହି ଗୋ-ସଦନଟି ସାମୁହିକ ଆଶ୍ରୟ ସ୍ଥଳୀ ଭାବରେ ପରିଚିତ ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଷଣ୍ଢ ଗାଈଗୋରୁ ମାନଙ୍କୁ ଅଣାଯାଇ ଏଠାରେ ରଖାଯାଇଥାଏ।

  ବିଗତ ଦିନରେ ଭୁବନେଶ୍ୱର ପୌରସଂସ୍ଥା ପୁରୀ ଓ କଟକ, ଢେଙ୍କାନାଳ ଆଦି ଅଞ୍ଚଳରୁ ଷଣ୍ଢ ଗାଈ ଗୋରୁମାନଙ୍କୁ ଆଣି ଏଠାରେ ଛାଡି  ଦିଆଯାଉଥିଲା। ବିଭିନ୍ନ ସମୟରେ ଷଣ୍ଡ ଓ ଗାଈମାନଙ୍କ ପ୍ରଜନନ ନିମନ୍ତେ ଚିମିଲିମା ସ୍ଥିତ କେନ୍ଦ୍ରୀୟ ପ୍ରଜନନ କର୍ମଚାରୀମାନେ ଏଠାକୁ ଆସି କାର୍ଯ୍ୟକରିଥାନ୍ତି। ଗତ ୨୦୦୯-୧୦ ମସିହାରେ ୬୬ ଗୋଟି ଷଣ୍ଡ ଓ ୨ଟି ଗାଈ ରହିଥିବା ବେଳେ । ସେମାନଙ୍କ ପାଇଁ ଘାସ ଚାଷର ବ୍ୟବସ୍ଥା କରାଯାଇଥିଲା । ଏହି ସଂସ୍ଥାଟି କଟକ ସ୍ଥିତ ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ଅଧନରେ ଥିବାବେଳେ ଜେଙ୍କାନାଳ ସ୍ଥିତ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରିଥାଏ। ଏଠାରେ ଥିବା ୮୫ ଏକର ପରିମିତି ଜମିରେ ବିରାଡି ଘାସ ରୁଆ ଯାଇଥିଲା ବେଳେ ସମସ୍ତ ମଞ୍ଜି ପଶୁପାଳନ ବିଭାଗ ଦ୍ବାରା ଯୋଗାଇ ଦିଆଯାଇଥିଲା।୩୭୯ ଏକର ପରିମିତି ଜମିରେ କୌଣସି ସ୍ଥାୟୀ ବାଡି ନଥିବାରୁ ଅଧିକାଂଶ ଜମି ଘରୋଇ କଟର ଦଖଲରେ ରହିଥିବାର ଦେଖାଯାଇଛି। ଦର୍ଶମାନ ସୁଦ୍ଧା ୫୦ ଭାଗ ଜମିରେ ବାତ ବ୍ୟବସ୍ଥା କରାଯାଉଥିବା ବେଳେ ବାକି ସବୁ ସ୍ଥାନ ଗୁଡିକ ଖାଲି ପଡିଛି।

ରାଜ୍ୟର ଏକମାତ୍ର ଗୋ-ସଦନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ସୁଦ୍ଧା ଏପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସେଠାରେ ଥିବା ପାୱାର ଟିଲର ଓ ଅନ୍ୟାନ୍ୟ ମେସିନ ଗୁଡିକ ଅକାମୀ ହୋଇ ପଡିଥିବାବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପଶୁପାଳନ ବିଭାଗ କର୍ମକର୍ତ୍ତା ଏଥିପ୍ରତି ଦୃଷ୍ଟି ନଦେଇ ବରଂ ଏଠାକୁ ଆସୁଥିବା ଟଙ୍କାଳୁ ବିଭିନ୍ନ ଉପାୟରେ ହଡପ କରୁଥିବାର ଅଭିଯୋଗ ହୋଇଥିଲା। ଅନେକ ସମୟରେ ଜଙ୍ଗଲରୁ ହାତୀମାନେ ବାହାରି ଆସି ଏଠାରେ ଉପଦ୍ରବ ଚଳାଉଥିବା ବେଳେ ଘାସ ଖାଇଯିବା ସହ ତାକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଘାସ ଚାଷପରେ ସେଗୁଡିକୁ କଟାଯାଇ ଖରାଦିନ ପାଇଁ ସାଇତି ରଖୁବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପାଣି ଅଭାବ ଯୋଗୁଁ ତାହାକୁ ଓଦା କରି ଖାଇବାକୁ ଦେବା ସମ୍ଭବ ହେଉ ନାହିଁ । ଏପରି ଏଲନେକ ପ୍ରକାର ସମସ୍ୟା ଦେଖାଇ ଏହି ଗୋସବନକୁ ବନ୍ଦ କରିଦିଆଯାଇଛି ।

new life
You might also like
error: Content is protected !!