News
lipub
samparksetu

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଚାଳକ ସୁରକ୍ଷିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ସାପୁଆଝର ନିକଟରେ ଏକ କାର୍ ଟ୍ରକ ସହ ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ କେନାଲକୁ ଖସିପଡ଼ିଥିଲା । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଂଚି ବହୁତ ଚେଷ୍ଟା ଫଳରେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ଏକ କ୍ରେନ ସାହାଯ୍ୟରେ କାର ଟିକୁ ଉଦ୍ଧାର କରିଥିଲେ ।

ସୂଚନା ଅନୁଯାୟୀ ,ଦେଓଗାଁ ୟୁକୋ ବ୍ୟାଙ୍କ ରେ କାର୍ଯ୍ୟାରତ ମ୍ୟାନେଜର ଜୋତିରଞ୍ଜନ ବେହେରା ନିଜେ କୌଣସି କାମରେ ଦେଇ ଗାଁରୁ ଗଁଦିଆ ଯାଉଥିବା ସମୟରେ ସାପୁଆଝର ନିକଟରେ ହଠାତ୍ ସମ୍ମୁଖରୁ ଏକ ଟ୍ରକ୍‌ ଆସିଯାଇ ଥିଲା, ଟ୍ରକ୍ ସହ ମୁହାଁମୁହିଁ ଧକ୍କାରୁ ବର୍ତ୍ତିବାକୁ ଯାଇ କାରକୁ ବିପରୀତ ଦିଗକୁ କାଟିବାକୁ ଚେଷ୍ଟା କରିଥିଲେ । ହେଲେ କାରଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା ।

ଲଗାଣ ବର୍ଷା କେନାଲରେ ପାଣି ସୁଅ ଚାଲିଥିବାରୁ କାରଟି ଭାସିଯାଇଥିଲା । ସ୍ଥାନୀୟ ଲୋକେ ଦେଖି ଚାଳକଙ୍କୁ ଉଦ୍ଧାର କରିଥିଲେ ଚାଳକ ସୁରକ୍ଷିତ ଅଛନ୍ତି ଏବଂ ତତକ୍ଷଣ ଖବର ଦେବାରୁ ଗଁଦିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କାରକୁ ରସି ସାହାଯ୍ୟରେ ଅଟକାଇବା ଥିଲେ, । ତେବେ କାରରେ ଅନ୍ୟ କେହି ନଥିଲେ ।ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଂଚି ସ୍ଥିତି ପରଖିବା ସହିତ ଗାଡିଟିକୁ ଉଦ୍ଧାର ହେବା ପରେ ଗଁଦିଆ ଥାନାକୁ ଆଣିଥିଲା ।

new life
You might also like
error: Content is protected !!