News
WhatsApp Image 2023-10-04 at 17.25.00
samparksetu

ବର୍ଷାଜଳ ଅମଳ ପ୍ରକଳ୍ପ ନାମରେ ହରିଲୁଟ , ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମାଲେମାଲ !

ଢେଙ୍କାନାଳ ଜିଲ୍ଲାରେ ଜଳ ଅମଳପ୍ରକଳ୍ପ ନାମରେ ହରିଲୁଟ । ଏଠି ସମସ୍ତେ ଏକାକାର ,ତଳସ୍ତରରୁ ଉପର ଯାଏ ସମସ୍ତେ ମାଲେମାଲ । ସହରରେ ବର୍ଷା ଜଳ ଅମଳ ନାମରେ ଗତ ଦୁଇବର୍ଷ ମଧ୍ୟରେ
୫୫୧ଟି ପ୍ରକଳ୍ପ କରି ୨ କୋଟି ୩୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହେଇସାରିଲାଣି । ଯେଉଁଥିରେ ଜଳ ଅମଳ ହେବା ତ ଦୂରର କଥା ଏସଏସଜିଙ୍କ ନାମରେ କାମ କରାଯାଇ ଠିକାଦାର, ପୌର ଅଧିକାରୀ, ଯନ୍ତ୍ରୀ ମାଲେମାଲ ହେଉଥିବାର ଜଣାପଡିଛି ।

ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ସରକାର ବର୍ଷା ଜଳ ଅମଳ ପ୍ରକଳ୍ପ ଆରମ୍ଭ କରିଥିଲେ । ଗତବର୍ଷ କରୋନା ସମୟରେ ଲୋକଙ୍କୁ ରୋଜଗାର ଯୋଗାଇବା ଲକ୍ଷରେ ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଯୋଜନା ମୁକ୍ତା ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଯେଉଁଥିରେ ସାଢେ ଚାରିଫୁଟ ଗୋଲେଇ, ୫ଫୁଟ ୮ ଇଞ୍ଚ ଗଭିରର ଗାତ ଖୋଳାଯିବ ଏବଂ ସେଥିରେ ୬ଟି ନନ୍ଦ ବସାଯିବ । ପ୍ରଥମେ ମେଟାଲ, ଚିପ୍ସ, ଛୋଟ ଚିପ୍ସ , ଏହାପରେ ଏକ ଫୁଟ ବାଲି ଦିଆଯାଇ କିଛି ଖାଲି ଛଡାଯିବ । ସେହିପରି ୧୫ଫୁଟର ଏକ ନାଳୀ ରହିବ । ସେଥିରେ ମଧ୍ୟ ମେଟାଲ, ଚିପ୍ସ, ବାଲି ଦିଆଯିବ । ଉପର ଖାଲି ସ୍ଥାନରେ ରଙ୍ଗ ଦିଆଯିବାର ନିୟମ ରହିଛି । କିନ୍ତୁ ମନଇଚ୍ଛା କେଇଟା ନନ୍ଦ ବସେଇ ନିୟମ ଅନୁସାରେ ଗୋଡି, ଚିପ୍ସ, ବାଲି ନଦେଇ ଖୋଳା ଯାଇଥିବା ମାଟିକୁ ଭରି ଦିଆଯାଇଥିବାର ଜଣାଯାଇଛି । ଏପରିକି କୌଣସି ଗୋଟିଏ ପ୍ରକଳ୍ପର ନାଳିରେ ରଙ୍ଗ ଦିଆଯାଇନଥିବା ଦେଖାଯାଇଛି । ଫଳରେ କେଉଁଠି ପ୍ରକଳ୍ପ ହୋଇଛି ତାହା ଜଣାପଡୁନାହିଁ ।

ନିମ୍ନମାନର କାମ ଯୋଗୁଁ କେତେକ ପ୍ରକଳ୍ପ ଭାଙ୍ଗିଗଲାଣି । ସେହିପରି ଉଚ୍ଚ ସ୍ଥାନରେ ବି ପ୍ରକଳ୍ପ ନିର୍ମାଣ କରାଯାଇଛି ଯାହାକି ପ୍ରକଳ୍ପ ନିମନ୍ତେ ସଠିକ ସ୍ଥାନ ନୁହେଁ ବୋଲି ବୁଦ୍ଧିଯିବୀ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।  ଏସଏଚଜିଙ୍କ ନାମରେ ଏସବୁ ଭାଗବଣ୍ଟା ଚାଲିଛି । ସହରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଠିକାଦାର କାମ କରୁଛନ୍ତି ।

ପ୍ରକାଶ ଥାଉକି, ଗତବର୍ଷ ଢେଙ୍କାନାଳ ପୌରାଞ୍ଚଳ ୨୩ଟି ୱାର୍ଡରେ ୨୩୦ଟି ପ୍ରକଳ୍ପ ହୋଇଥିଲା । ଯେଉଁଥିରେ ୧କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳିତ ଥର ୩୨୧ଟି ପ୍ରକଳ୍ପ ହୋଇଥିବା ବେଳେ ମାତ୍ର ୨୭ଟି ପ୍ରକଳ୍ପ ୩୯ ହଜାର ୮ଶହ ଟଙ୍କିଆ ହୋଇଥିବା ବେଳେ ଅନ୍ୟ ୨୯୪ଟି ପ୍ରକଳ୍ପ ପିଛା ମାତ୍ର ୩୧ ହଜାର ୮ଶହ ଟଙ୍କା ରହିଛି । ଏହିପରି ଚଳିତ ବର୍ଷ ୧କୋଟି ୪ଲକ୍ଷ ୨୩ ହଜାର ଟଙ୍କାର ପ୍ରକଳ୍ପ କରାଯାଇଛି । ଗତ ମେ ମାସରୁ ଏହା ଆରମ୍ଭ ହୋଇଥିବା ବେଳେ ପ୍ରାୟ ଅଧିକାଂଶ ପ୍ରକଳ୍ପ କାମ ସରି ବିଲ୍ ସରିଲାଣି ସେସବୁ ପ୍ରକଳ୍ପକୁ ଦେଖିଲେ ଅନିୟମିତତା ଜଳଜଳ ହୋଇ ଦିଶୁଛି ।

ତେଣୁ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି । ଗତବର୍ଷ ସହରରେ ହୋଇଥିବା ଜଳ ଅମଳ ପ୍ରକଳ୍ପର ଅବକଳ ପ୍ରାୟ ୩ଲକ୍ଷ ପର୍ଯ୍ୟନ୍ତ ରହିଥିଲା । ପ୍ରାୟ ୧୦ଟି ପ୍ରକଳ୍ପ ୩ ଲକ୍ଷ, ସେହିପରି ୧୦ରୁ ୧୫ଟି ପ୍ରକଳ୍ପ ୨ ଲକ୍ଷ ଏବଂ ଅଢେଇଲକ୍ଷ ବ୍ୟୟବରାଦ କରାଯାଇଥିଲା । ପୌରନିର୍ବାଚନ ପରେ ବ୍ୟୟ ଅଟକଳକୁ ୩ ଲକ୍ଷରୁ ମାତ୍ର ୩୧ ହଜାରକୁ କମାଇ ଦିଆଯାଇଛି । ଅଧିକାଂଶ ପ୍ରକଳ୍ପ ୩୧ହଜାର ୮ଶହରେ ହୋଇଥିବା ବେଳେ ୨୭ଟି ପ୍ରକଳ୍ପ ୩୯ ହଜାର ୮ଶହରେ କରାଯାଇଛି । ଅନ୍ୟପକ୍ଷରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଏହାର ଅର୍ଥ କମାଇ ଦେଇ ୩୨୦ଟି ପ୍ରକଳ୍ପ କରାଯାଇଛି ବୋଲି ସାଧାରଣ ରେ ଚର୍ଚ୍ଚା ।

new life
You might also like
error: Content is protected !!