ଭିଜିଲାନ୍ସ ହାତରେ ରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ର କିରାଣି ଉତ୍ତମ ରାଉତ । ଲାଞ୍ଚ କାରବାର ଚାଲିଥିବା ବେଳେ ଲ କଲେଜ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁଯାୟୀ, କଲିକତା ର ଜଣେ ଆଇନ ଛାତ୍ର ମାସୁଦ୍ ହୁସେନ ଙ୍କ ଆଟେଣ୍ଡାନ୍ସ କ୍ଲିଅରାନ୍ସ ସାର୍ଟିଫିକେଟ କରିଦେବା ପାଇଁ ଉତ୍ତମ ରାଉତ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେପରେ ୮ହଜାର ୫ଶହ ଟଙ୍କା ରେ ରାଜି ହୋଇଥିଲେ। ତେବେ ଆଜି ଦିନ ୧୧ଟା ବେଳେ ଲାଞ୍ଚ କାରବାର ଚାଲିଥିବା ଭିଜିଲାନ୍ସ ବିଭାଗ ମୁଖ୍ୟ କିରାଣି ଉତ୍ତମଙ୍କୁ ଧରିଥିଲା । ଉତ୍ତମ ଲାଞ୍ଚ ନେଇଥିବା ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିବା ବେଳେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ।