ହିଂସା ମଣିଷର ପରମ ବୌରୀ
ନ ହେଉ ଜିବନ ନିତୀ
ହିଂସା ଆଣିଦେବ ଲକ୍ଷ୍ୟହୀନ ଦିଗ
କରିଦେବ ଅଧୋଗତୀ॥୧
ହିଂସା ମଣିଷକୁ ପ୍ରତିହିଂସା କରେ
ପାରେ ନାହିଁ ତାକୁ ରୋକି
ହିଂସା ସବୁବେଳେ ସର୍ବସ୍ବାନ୍ତ କରେ
ସାଥିଜନକୁଂ ସେ ଡାକି॥୨
ହିଂସା ଶରୀର ରେ ବିଷ ଭରି ଦିଏ
ଚରିଯାଏ ଦେହସାରା
ହିଂସା ରେ ମଣିଷ କ୍ରୋଧାନ୍ବିତ ହୁଏ
ମାନେ ନାହିଁ ଧରା ସରା॥୩
ହିଂସା ବୁଦ୍ଦି କୁ ଯେ କ୍ଷୟପ୍ରାପ୍ତ କରେ
ନ ହୁଏ ତାହାର ବୃଦ୍ଧି
ହିଂସା ଟି ମନକୁ ଅସ୍ଥିର କରାଏ
ହଜିଥାଏ ବୁଦ୍ଦି ସୁଦ୍ଧି॥୪
ହିଂସାର ଜୀବନ ଲକ୍ଷ୍ୟଚ୍ବୁତ ହୁଏ
ଅସ୍ତ ବ୍ୟସ୍ତ ହୁଏ ମନ
ହିଂସା ସବୁବେଳେ ଭଲ ନୁହେଁ ଭାଇ
ବିବେକ କରେ ଦମନ॥୫
ହିଂସା ର ଚକ୍ଷୁ ଟି ଜ୍ବଳନରେ ଭରେ
ବିକୃତ କରେ ଟି ମୂଖ
ହିଂସା ସବୁ ଦିନେ ଦେଇଥାଏ ଦୁଃଖ
ନ ପାଏ କେବେ ସେ ସୁଖ॥୬
ହିଂସା ରେ ନର ଟି ଅସ୍ତ୍ର ଶସ୍ତ୍ର ଧରେ
ଆସେ ନାହିଁ ତାର ଦୟା
ହିଂସା ରେ କୌରବ ନାଶ ହେଲେ ଜାଣ
ବଂଶୀଧର କଂ ର ମାୟା॥୭
ହିଂସା ରେ ରାବଣ ମୂଣ୍ଡ କାଟ ହେଲା
ନ ରହିଲା ତାର ବଂଶ
ହିଂସା କରିବାରୁ ସର୍ବନାଶ ହେଲା
ଦ୍ବାରକାଧିପତି କଂଶ॥୮
ଏଣୁ ହିଂସା ଦୂର କରି ଅହିଂସା ପଥରେ
ଚାଲ ସବୁ ଜନ ଭାଇ
ଅହିଂସା ପଥରେ ବାପୁ ଚାଲିଥିଲେ
ଅମର ହୋଇଲେ ରହି॥୯
ଅହିଂସା ମର୍ଗ ଟି ବଡ ସରଳ ଯେ
ନ ଥାଏ କୁଟ କପଟ
ଅହିଂସା ର ଶକ୍ତି ନଥାଏ କେଉଁଠି
ବତାଏ ହୁଅ ସଚ୍ଚୋଟ॥୧୦
✍️ ସନ୍ଦୀପ କୁମାର କର