ଏବେ କରୋନା ପରୀକ୍ଷା କରାଇବା ହେବ ଆହୁରି ସହଜ ଆଉ ଯିବାକୁ ପଡିବନି ମେଡ଼ିକାଲ ଠିଆ ହେବାକୁ ପଡିବନି ଲମ୍ବା ଆଇନରେ, ଏବେ ଘରେ ରହି କରୋନା ଟେଷ୍ଟ କରିପାରିବେ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି । ଆଂଟିଜେନର ରିପୋର୍ଟ ତୁରନ୍ତ ମିଳି ଯାଉଥିବାବେଳେ ୨୪ ଘଣ୍ଟା ପରେ ମିଳୁଛି ଆରଟିପିସିଆର ଟେଷ୍ଟ ।
ତେବେ ଘରେ କିଏ ଓ କେମିତି ଟେଷ୍ଟ କରିବେ ଏନେଇ ଏକ ଗାଇଡଲାଇନ୍ ଜାରି କରିଛି ଆଇସିଏମଆର । କରୋନାର ଲକ୍ଷଣ ଥିବା କିମ୍ବା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଏହି ଗାଇଡ଼ଲାଇନ ଅନୁଯାୟୀ ଏହାକୁ ବ୍ୟବହାର କରିପାରିବେ । ତେବେ ମାଇଁ ଲାବ୍ ଡିସକଭରୀ ସଲ୍ୟୁସନ ଓ ଲିମିଟେଡ ବୋଲି କେବଳ ଗୋଟିଏ ସଂସ୍ଥା କୁ ହିଁ ସ୍ୱୀକୃତି ଦେଇଛି ଆଇସିଏମଆର ଏହି ଟେଷ୍ଟିଂ ଆପ୍ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ହେଉଛି । ଏହାକୁ ସମସ୍ତ ମୋବାଇଲ ବ୍ୟବହାରକାରୀ ଡାଉନଲୋଡ୍ କରିପାରିବେ ।
ଆପରେ ନିୟମ ଅନୁଯାୟୀ, ସମସ୍ତ ପକ୍ରିୟା ଶେଷ କରିବା ପରେ ନେଗେଟିଭ୍ କିମ୍ବା ପଜିଟିଭ୍ ରିପୋର୍ଟ ଆସିବ । ଏହି ତଥ୍ୟ ଆଇସିଏମଆରର ନିକଟରେ ରହିବ । ଏହା ଦ୍ୱାରା ଲାବ୍ରୋଟୋରୀ ଗୁଡିକ ଉପରେ ବଢ଼ୁଥିବା ଚାପ କମିବ ବୋଲି କୁହାଯାଉଛି । ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଏହି ‘ଟେଷ୍ଟିଙ୍ଗ୍-କିଟ୍’ ବଜାରରେ ମିଳିବ। ଟିକସ ସମେତ ଏହି ‘କିଟ୍’ର ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
