ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅଘଟଣ ୪ ମହଲାରୁ ଡେଇଁ ପ୍ରାଣ ହାରିଲେ ଚିକିତ୍ସା ପାଇଁ ଆସିଥିବା ରୋଗୀ । ୨ ଦିନ ତଳେ ଆଉ ଜଣେ ରୋଗୀ ୫ ମହଲା ରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ପ୍ରାଣ ହାରିଛନ୍ତି ଆଉଜଣେ ରୋଗୀ । ମୃତକ ଜଣକ ପରଜଙ୍ଗ ବ୍ଳକ ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ନାୟକ (୫୦) ସୂଚନା ।
ସୂଚନା ଅନୁଯାୟୀ ଗତକାଲି ହଠାତ ଦୁର୍ଯ୍ୟୋଧନ ଙ୍କ ଶରୀର ଅସୁସ୍ଥ ହେବାରୁ କଟକ ରେ ରହୁଥିବା ଘରୁ ତାଙ୍କ ସମ୍ପର୍କୀୟ ଙ୍କ ସହ ଘରକୁ ଫେରୁଥିଲେ ହେଲେ ଅଧିକ ଅସୁସ୍ଥତା ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ପରେ ପରେ ପରିବାର ଲୋକେ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟଟ ଥିବା ବେଳେ, ଚିକିତ୍ସା ଅବହେଳା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଦୁର୍ଯ୍ୟୋଧନଙ୍କ ମୃତଦେହ କୁ ଟାଉନ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେବା ସହ ତଦନ୍ତ ଜାରି ରଖିଛି । ତେବେ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସେବା ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ଅସନ୍ତୋଷ ଦେଖା ଦେଇଛି ।