News
WhatsApp Image 2023-10-04 at 17.25.00
samparksetu

ଚାଲିଥିଲା ୩୦ରୁ ଉର୍ଦ୍ଧ୍ବ ବେଆଇନ ଇଟାଭାଟି, ଜାଣିନଥିଲେ ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷ !

ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ପ୍ରାୟ ୪୦ଟି ଇଟାଭାଟିରେ ଚଢ଼ାଉ କରି ତାକୁ ଭଙ୍ଗା ଯାଇଥିବା ଜଣାଯାଇଛି ଅନ୍ୟପଟେ ଦୀର୍ଘଦିନ ଧରି ଏହି ଇଟା ଭାଟି ଗୁଡିକ ବେଫିକର ହୋଇ ବ୍ୟାପାର ଚଲାଇ ଆସିଥିବା ବେଳେ ଏ ନେଇ ରାଜସ୍ବ ନିରୀକ୍ଷା ଓ ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନନେଉଥିବା ଏବେ ଢେଙ୍କାନାଳ ରାଜସ୍ୱ ବିଭାଗର କାର୍ଯ୍ୟଶୈଳୀ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ବର୍ଷ ଧରି ଏତେ ସଂଖ୍ୟକ ଇଟାଭାଟି ବେଆଇନ ଭାବେ କାର୍ଯ୍ୟକରୁଥିଲେ କିପରି କୌଣସି ସୂଚନା ନଥିଲା ନା ଏହି ଘଟଣା ଭିତରେ କୌଣସି ବଡ ଧରଣର ଡିଲ୍ ଲୁଚି ରହିଛି ବୋଲି ସ୍ଥାନୀୟ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଚଢ଼ାଉ ବେଳେ ବଡ ସଂଖ୍ୟକ ପୋଡାଇଟା ସେଠାରୁ ଗାୟବ ଥିବା ଜଣାଯିବା ପରେ ଚଢ଼ାଉ ପୂର୍ବରୁ କେହିଜଣେ ସରକାରୀ କର୍ମଚାରୀ ଇଟାଭାଟି ମାଲିକଙ୍କୁ ଖବର ଦେଇଦେଇଥିବା ଭିତିରି ମହଲରୁ ଜଣାଯାଇଛି ।

ଅନ୍ୟପଟେ ବିଗତ ଦିନରେ ସ୍ଥାନୀୟ ଇଟାଭାଟିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ପରେ ଦୁଇଜଣ ଶ୍ରମିକ ନାବାଳକ ହୋଇଥିବା ଘଟଣା ଏହି ଦୁର୍ଘଟଣା କୁ ଆହୁରି ସରଗରମ କରିଚାଲିଛି। ସରକାର ଶିଶୁ ଶ୍ରମିକ ହଟାଇବାକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଵେଳେ ବେଆଇନ ଇଟା ଭାଟିରେ ଶିଶୁ ଶ୍ରମିକ କାର୍ଯ୍ୟରତ ଥିବା ଜିଲ୍ଲା ଶ୍ରମ ବିଭାଗର ସ୍ଥାଣୁତାକୁ ପଦାରେ ପକାଇଛି । ଉକ୍ତ ଘଟଣାରେ ଅଧିକ ତଦନ୍ତ କରାଗଲେ ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀ ମଧ୍ୟ ପଦାକୁ ଆସିପାରିବେ ବୋଲି ସ୍ଥାନୀୟ ମହଲରେ ଦାବୀ।

new life
You might also like
error: Content is protected !!