ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ନଂ ୱାର୍ଡରେ ରଥଯାତ୍ରା ପୂର୍ବଦିନ ଦୃର୍ଘଟଣା ର ଶୀକାର ହୋଇ ଗୋରୁଟିର ମୃତ୍ୟୁ ଘଟିଥିଲା । ହେଲେ ବହୁ ସମୟ ଧରି ମୃତଦେହ ପଡିରହିଥିବା ବେଳେ ଏହା ପଚି ସ୍ଥାନୀୟ ଅଞ୍ଚଳରେ ନାହିଁଥିବାର ବିଷାକ୍ତ ବାତାଵରଣ ଦେଖାଦେଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ପରେ, ପଡିରହିଥିବା ମୃତଦେହକୁ କର୍ତ୍ତୃପକ୍ଷ ଉଠାଇଥିଲେ । ତେବେ ସ୍ୱଚ୍ଛ ଭାରତରେ ଫଟୋ ପୋଜ୍ ଦେଉଥିବା କର୍ତ୍ତୃପକ୍ଷ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।
