ଆଜି ସକାଳୁ ଆନନ୍ଦ ନଗର,କାଠଗଡା, ମିଶ୍ର ଲେନରେ ବିଦ୍ୟୁତ ଲାଇଭ ତାର ଛିଣ୍ଡି ପଡିଥିଲା ତେଣୁ ଅଧିକାଂଶ ସ୍ଥାନୀୟ ବାସିନ୍ଦାଙ୍କ ଘରେ ଥିବା ବିଭିନ୍ନ ବିଦ୍ୟୁତ୍ ଉପକରଣ ଗୁଡିକ ପଡିଯାଇଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେପରେ କର୍ତ୍ତୃପକ୍ଷ ବିଦ୍ୟୁତ ତାର ଯୋଡ଼ିବା ସହ ତଳେ ପଡିଥିବା ଲାଇଭ ବିଦ୍ୟୁତ ତାର ଯୋଡ଼ାଯାଇଥିଲା । ତେଣୁ ୧ ନଂ ୱାର୍ଡ ଆନନ୍ଦ ନଗର,କାଠଗଡା ଅଂଚଳ ବାସୀ ଆଶ୍ଵସ୍ତି ଲାଭ କରିଥିଲେ ।
