ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ କଙ୍କିଳ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଙ୍କ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ଚାଷୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିଲା ।
ତେବେ ଖବର ପ୍ରସାରଣ ପରେ ଚେତିଥିଲେ କର୍ତ୍ତୃପକ୍ଷ, ବିଦ୍ୟୁତ୍ ତାରକୁ ସଠିକ୍ ଉଚ୍ଚତା କୁ ନେବା ସହ ବଳଦ ମାଲିକଙ୍କୁ ୩୫୦୦ଟଙ୍କା କ୍ଷତିପୂରଣ ଦିଆଯାଇଛି ।