News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ବସନ୍ତଙ୍କ ଚିକିତ୍ସା ନିମନ୍ତେ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ବସନ୍ତ ପଧାନଙ୍କ ସମ୍ପର୍କରେ ଗତ ୫ ତାରିଖ ଦିନ ଢେଙ୍କାନାଳ ଅପଡେଟ୍  ରେ ଖବର ପ୍ରସାରଣ ହୋଇଥିଲା । ତାଙ୍କ ବାପା ୧୫ବର୍ଷ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଘରର ସମସ୍ତ ବୋଝ ବସନ୍ତଙ୍କ ଉପରେ ପଡିଥିଲା । ଏପଟେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଦିବ୍ଯାଙ୍ଗ ମା ଓ ଭାଇ ମୁହଁରେ ଖାଦ୍ୟ ଗଣ୍ଡେ ଦେବାକୁ ସେ ଅକ୍ଷମ । ଆଖୁଆପାଳ ପଞ୍ଚାୟତର ରଙ୍ଗଥଳି ଗ୍ରାମର ଗୋବର୍ଦ୍ଧନ ପ୍ରଧାନଙ୍କ ପୁଅ ହେଉଛନ୍ତି ବସନ୍ତ ପ୍ରଧାନ ।

ବାପାଙ୍କ ମୃତ୍ୟୁ ପରେ ବସନ୍ତଙ୍କ ଉପରେ ପଡିଲା ଘରର ଦାୟିତ୍ୱ। କାରଣ ବଡଭାଇ ସାରଥି ପ୍ରଧାନ ଜନ୍ମରୁ ଭିନ୍ନକ୍ଷମ । ସେ ଦୃଷ୍ଟିହୀନ ହୋଇଥିବା ବେଳେ ନା କହିପାରନ୍ତି ନା ଶୁଣିପାରନ୍ତି । ୬୮ବର୍ଷ ମା ସରସ୍ବତୀ ମଧ୍ୟ ଦୃଷ୍ଟିହୀନ, ବୟସାଧିକ ହେତୁ ସେ ଆଉ ଚଲାବୁଲା କରିପାରୁନାହାଁନ୍ତି । ଘରର ଏକ ମାତ୍ର ରୋଜଗାରିଆ ପୁଅ  ବସନ୍ତ ।

ତେବେ  ଅସହାୟ ବସନ୍ତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ଅସହାୟ ପରିବାରକୁ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କ  ଏସଏସଇପିଡି ବିଭାଗ , ସରପଞ୍ଚ ପ୍ରଦୀପ ବେହେରାଙ୍କ ଏବଂ ବିଡ଼ିଓ ଙ୍କ ସହ ଢେଙ୍କାନାଳ ଅପଡେଟ୍ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ତାଙ୍କ ଚିକିତ୍ସା ଏବଂ ଦୃଷ୍ଟିହୀନ ଭାଇଙ୍କୁ ଭତ୍ତା ମିଳୁଥିବା ବେଳେ ବିଧବା ମାଙ୍କ ଭତ୍ତା ଯୋଗାଇ ଦେବା ସହ ବସନ୍ତ ଙ୍କ ଆଗାମୀ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଏବଂ ଅର୍ଥ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଚିଠି ସଂଖ୍ୟା ୨୩୭୯ ତା ୧୩/୧୦/୨୦୨୦ ଦ୍ବାରା ନିର୍ଦ୍ଦେଶ ଦେଇଛନ୍ତି । ପର୍ଜଙ୍ଗ ତହସିଲଦାର ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବସନ୍ତ ଙ୍କ ପରିବାର ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ଢେଙ୍କାନାଳ ଅପଡେଟ୍ ଟିମ କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

new life
You might also like
error: Content is protected !!