News
lipub
samparksetu

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ବଡ଼ଜୋରା ଓଭରବ୍ରିଜର ଦୁଇ ପାର୍ଶ୍ଵରେ ଉଠୁଥିବା ବର ଗଛ କୁ ସଫା କରିବା ସହ ଏହାର ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ବିଭାଗୀୟ କର୍ତ୍ତୃପକ୍ଷ

ଢେଙ୍କାନାଳ ସଦର ବ୍ଲକ୍ ତରଭା ଏବଂ ସାଙ୍କୁଲେଇକୁ ଯୋଗାଯୋଗ କରୁଥିବା ଏହି ଓଭରବ୍ରିଜର ଦୁଇ ପାର୍ଶ୍ଵରେ ବର ଗଛ ଉଠୁଥିବାର ଦେଖିବାକୁ ମିଳିଥିଲା। ସାଙ୍କୁଲେଇ ଏବଂ ତରଭାକୁ ସଂଯୋଗ କରୁଥିବାର ଏହା ଉପରେ ବହୁ ସଂଖ୍ୟକ ଲୋକ ଯାତାୟାତ କରିଥାନ୍ତି।

ସୂଚନା ଅନୁଯାୟୀ ୨୦୧୪ରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା, ତେବେ ଗଛଗୁଡ଼ିକ ବାହାରକୁ ଶାଖା ମେଲୁଥିବାରୁ ତାହା ଫାଙ୍କ ଦେଇ ବଢ଼ିବାରୁ ଏହା ଓଭରବ୍ରିଜକୁ ଧୀରେଧୀରେ ଫଟାଇବାର ସମ୍ଭାବନା ସୃଷ୍ଟି ହୋଇଥିଲା।

ଏ ବିଷୟରେ ଆମେ ଖବର ପ୍ରକାଶ କରିବା ସହ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲୁ। ଆମ ଖବର ପ୍ରକାଶ ପରେ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଅନୁସନ୍ଧାନ କରାଯାଇ ବ୍ରିଜଟି ଯାତାୟାତ ପାଇଁ ସୁରକ୍ଷିତ ଅଛି ବୋଲି ଜଣାଇଛନ୍ତି। ବ୍ରିଜରେ ତିନୋଟି ଛୋଟ ଗଛ ଉଠିଥିଲା ଯାହା ନଷ୍ଟ କରିବା ସହ ଶ୍ରୁଷ୍ଟି ହୋଇଥିବା ଗୋଟିଏ ଫାଟ ଅନ୍ୟାନ୍ୟ ବାର୍ଷିକ ମରାମତି କାର୍ଯ୍ୟ ପାଇଁ ୨୦୨୦-୨୦ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଛି। ଏହି କାର୍ଯ୍ୟ ତୁରନ୍ତ କରାଯିବା ପାଇଁ ନିର୍ବାହୀ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

new life
You might also like
error: Content is protected !!