News
lipub
samparksetu

ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ର ପ୍ରଭାବ ; ବାର୍ଦ୍ଧକ୍ୟ ଭତ୍ତା ପାଇବେ କମଳାକାନ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମର କମଳାକାନ୍ତ ଦାସ ବୟସ ପ୍ରାୟ ୭୭ । ଗୋଟିଏ ଗୋଡ଼ ପରାଲିସିସ, ଛୋଟେଇ ହୋଇ ତେଲ ଲୁଣ ସଂସାର ବିତାନ୍ତି । ତେବେ ଏଭଳି ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଟିକିଏ ପାଇଁ ହନ୍ତସନ୍ତ ହେଉଥିଲେ କମଳାକାନ୍ତ ଯାହାର ଖବର ଆମେ ୨୬ ଜୁଲାଇରେ ପ୍ରକାଶ କରିବା ସହ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲୁ ତେବେ ଖବର ପ୍ରସାରଣ ପରେ କମଳାକାନ୍ତ ଙ୍କ ଭତ୍ତା ମଞ୍ଜୁର ହୋଇଛି ।

ପୂର୍ବରୁ ପ୍ରସାରିତ ଖବର

ସୂଚନା ଅନୁଯାୟୀ ବିଗତ ତା ୬.୮.୨୦୧୮ ରିଖ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜନ ଶୁଣାଣି ନିମନ୍ତେ ଦୀର୍ଘ ୪୦କିମି ଦୂରରୁ ଛୋଟା ଗୋଡ଼ରେ ବହୁ କଷ୍ଟରେ ଆସିଥିଲେ ମଧ୍ୟ, ୩ବର୍ଷ ବିତିଯାଇଥିଲେ ମଧ୍ୟ, ଭତ୍ତା ଖଣ୍ଡକ ମିଳିପାରି ନଥିଲା କମଳାକାନ୍ତ ଙ୍କୁ । ତେବେ ଏବେ ଭତ୍ତା ମିଳିବା କଥା ଶୁଣି ଖୁସି ବ୍ୟକ୍ତ କରିଛନ୍ତି କମଳାକାନ୍ତ ।

new life
You might also like
error: Content is protected !!