ଭୁବନ ସହର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଢେଙ୍କାନାଳ ଉପଡେଟ ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଗତ ସପ୍ତାହରେ ଖାଲ ଗୁଡ଼ିକରେ ମେଣ୍ଟାଲ ଫିଲିଙ୍ଗ କରାଯାଇଥିବା ବେଳେ , ଗତକାଲି ଚିପ୍ସ , ବିଜୁରୀ ଓ ପିଚୁରେ ରାସ୍ତାକାମ ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନର ଜନଗହଳିପୂର୍ଣ୍ଣ ଅଞ୍ଚଳ କାଳୀବଜାର ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନ ପ୍ରବେଶ ପଥ ଅନନ୍ତପୁର ଛକଠାରୁ କାଳୀବଜାର ଦେଇ ଭୁବନ ଥାନା ଛକ ୭କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ କଲେଜଛକ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ , ସିଭିଲକୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡିଛି ।
