ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁନିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦାଳି ଗ୍ରାମରେ ବିପଦ ସଙ୍କୁଳ ଭାବେ ଗତ ଦେଢ଼ ବର୍ଷ ହେବ ଝୁଲିରହିଥିଲା ବିଦ୍ୟୁତ୍ ତାର, କର୍ତ୍ତୃପକ୍ଷ ଙ୍କୁ ଗ୍ରାମବାସୀ ଅନେକ ଗୁହାରୀ କଲା ପରେ ମଧ୍ୟ ତାହା ସମାଧାନ ହୋଇପାରିନଥିଲା ।

ତେବେ ଏ ନେଇ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ପରେ
ତାରଟି ସଜଡ଼ା ଯିବା ସହ ଆଲୁମିନିୟମ ତାର ବଦଳରେ କେବୁଲ ତାର ଭିଡା ଯାଇଛି । ଏ ନେଇ ଗ୍ରାମବାସୀ ଖୁସି ପ୍ରକାଶ କରିବା ସହ ଢେଙ୍କାନାଳ ଉପଡେଟ କୁ ଧନ୍ୟବାଦ ଜଣାଇଛନ୍ତି ।
