ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାବନ୍ଧ ଗ୍ରାମ ହରିଜନ ସାହିର ଜୈନିକା ୬୯ ବର୍ଷ ବୟସ୍କା ବିଧବା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଥିବା ଗତ ୧୩ ସେପ୍ଟେମ୍ବର ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ ହୋଇଥିଲା ।

ହରିଜନ ସାହିର ସ୍ବର୍ଗତ ଦୁର୍ଯ୍ୟୋଧନ ନାଏକଙ୍କ ବିଧବା ପତ୍ନୀ ଗେହ୍ଲୀ ନାଏକ। ୧୨ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିବା ବେଳେ ୨ ପୁଅଙ୍କ ମଧ୍ୟରୁ ବଡ ପୁଅର ମଧ୍ୟ ମୃତ୍ୟୁ ହୋଇସାରିଛି।ବୃଦ୍ଧାଙ୍କ ଅଣ୍ଟାଭାଙ୍ଗି ନଇଁ ପଡିଥିବା ବେଳେ ଆଖିକୁ ଭଲ ଦେଖାଯାଉନି କି କାନକୁ ଠିକ୍ ଭାବରେ ଶୁଣା ଯାଉନି ।ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡାଏ ପାଉଥିଲେ ମଧ୍ୟ ଦୈନିକ ଗୁଜୁରାଣ ମେଣ୍ଟାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡୁଥିଲା ତେବେ ଗେହ୍ଲୀ ମାଉସୀ ଙ୍କୁ ଭତ୍ତା ଯୋଗାଇ ଦେବା ନିମନ୍ତେ ଖବର ପ୍ରସାରଣ ସହ ସରକାର ଙ୍କ ଆମେ ଦୃଷ୍ଟି ଆକର୍ଷଣ କରିଥିଲୁ ।
ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେଇ ଗେହ୍ଲୀ ମାଉସୀ ତାଙ୍କର ଭତ୍ତା ଯୋଗାଇ ଦେଇଛନ୍ତି ପ୍ରଶାସନ । ଏ ନେଇ ମାଉସୀ ମୁହଁରେ ହସ ଫୁଟିଛି ।
