ଆଜି ୭୩ ତମ ଭାରତୀୟ ସେନା ଦିବସ । ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେସ କରିୟମ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ ।
ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ସେନା ଦିବସ
ସ୍ୱାଧିନତା ପରେ ଦେଶରେ ଅନେକ ପ୍ରଶାସନିକ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ଏହି ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ସେନାଙ୍କୁ ଆଗକୁ ଆସିବାକୁ ପଡିଥିଲା। ଭାରତୀୟ ସେନାର ଅଧ୍ୟକ୍ଷ ସେହି ସମୟରେ ମଧ୍ୟ ବିଟ୍ରିଶ ଅଧୀନରେ ରହିଥିଲା ।
୧୫ ଜାନୁଆରୀ ୧୯୪୯ ମସିହାରେ ଫିଲ୍ଡ ମର୍ଶାଲ କେ ଏମ କରିୟପ୍ପା ସ୍ୱତନ୍ତ୍ର ଭାରତର ପ୍ରଥମ ଭାରତୀୟ ସେନା ପ୍ରମୁଖ ହୋଇଥିବା ସମୟରେ ସେନାରେ ପାଖାପାଖି ୨ ଲକ୍ଷ ସୈନିକ ଥିଲେ । କେ ଏମ କରିୟପ୍ପା ସେନାର ମୁଖ୍ୟ ହେବା ପରେ ପ୍ରତ୍ୟେକ ବର୍ଷ ୧୫ ଜାନୁଆରୀରେ ସେନା ଦିବସ ପାଳନ ହୋଇଆସୁଛି ।
