ମହିୟସୀ ହେ ମହାମହିମା ବିମଣ୍ଡିତା
ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶୋଭିତା
ତୁମ୍ଭେ ଆମ୍ଭ ଅତି ପ୍ରିୟ ଉତ୍କଳ ଲଳନା
ତେଣୁ ଆମେ ଗାଉଥିବୁ ତୁମରି ବନ୍ଦନା !
ରହିବ ସିନା ଯାଇ ରାଷ୍ଟ୍ରପତି ଭବନେ
ଯଶ ତୁମ ବ୍ୟାପି ଯିବ ଭୁବନେ ଭୁବନେ
ଶରୀର ତୁମର ରହୁ ରାଇସିନା ଧାମେ
ମନ କିନ୍ତୁ ରହିଥାଉ ଓଡ଼ିଶାର ପ୍ରେମେ !!
ପ୍ରଥମ ନାଗରିକ ଏ ଭାରତ ବର୍ଷର
ଗୌରବ ବଢାଇଲ ଏ ଓଡ଼ିଶା ମାଟିର
ହେ ପ୍ରଥମ ଓଡ଼ିଆ ମହିଳା ରାଜ୍ୟପାଳ
ରାଷ୍ଟ୍ରପତି ଭାବେ ଏବେ ଏ ଦେଶ ସମ୍ଭାଳ !!!
ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିର ଗୌରବ
ଲାଭକରି ଆଜିଠାରୁ ବାଣ୍ଟି ଯାଅ ବିଶ୍ଵ ସାରା ତୁମ୍ଭରି ସୌରଭ !!!
✍️ ଡ଼ା. ଦେବୀ ପ୍ରସାଦ ମିଶ୍ର