News
WhatsApp Image 2023-10-04 at 17.25.00
samparksetu

ଦିନିକିଆ କାମାକ୍ଷାନଗର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ କାମାକ୍ଷାନଗର ଗସ୍ତ ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଢେଙ୍କାନାଳ ସଦାଶିବପୁର ଠାରେ ଏକ ପ୍ରକଳ୍ପ ର ଭୂମିପୂଜନ ପରେ କାମାକ୍ଷାନଗର ଠାରେ ପହଞ୍ଚିଥିଲେ l

ସହର ର ମହିମାମନ୍ଦିର ଠାରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ l ପରେ ଏକ ଶୋଭାଯାତ୍ରା ରେ ତାଙ୍କୁ ଜିରିଡାମାଳି ସ୍ଥିତ ଜଳସେଚନ ବଙ୍ଗଳା ନିକଟ କୁ ଅଣା ଯାଇଥିଲା l ସେଠାରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଦଳୀୟ କର୍ମୀ ମାନେ ତାଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳ ର ସମସ୍ୟା ବିଷୟରେ ଅବଗତ କରାଇଥିଲେ l

ପରେ ସେ ପରଜଙ୍ଗ ଗସ୍ତ କରି ପରଜଙ୍ଗ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ଦଳବେହେରା ଙ୍କ ବାସଭବନ ରେ ପହଞ୍ଚି ତାଙ୍କ ଏକାଦଶାହ ରେ ଯୋଗଦେବା ସହ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ lଧର୍ମେନ୍ଦ୍ର ଙ୍କୁ ସ୍ବାଗତ ଜଣାଇବା ପାଇିଁ ଢେ଼ଙ୍କାନାଳ ଠାରୁ କାମାକ୍ଷାନଗରଓ ପରଜଙ୍ଗ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵ ରେ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

new life
You might also like
error: Content is protected !!