News
WhatsApp Image 2023-10-04 at 17.25.00
samparksetu

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା

ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ଜମୁନାଳୀ ସାହିର ପପୁ ମିର୍ଜା ଓ ସନ୍ତୋଷୀ ପିଙ୍ଗୁଆଙ୍କ ସମେତ କିଛି ଆଦିବାସୀଙ୍କୁ ଗତ ତା୧୨/୭/୨୦୨୧ ଦିନ ସେହି ଗାଁର ଅଣଆଦିବାସୀ ଉଠାଇ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏ ଘଟଣା ସମ୍ପର୍କରେ ପର୍ଜଙ୍ଗ ଥାନାରେ ଏତଲା ଦେବା ପାଇଁ ଗାଡ଼ିରେ ଯିବା ସମୟରେ ଆମ୍ବପଳାସ ଗାଁ ର ଉକ୍ତ ଆକ୍ରମଣକାରୀ ମାନଙ୍କ ଦ୍ଵାରା ପୁନର୍ବାର ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଗାଡ଼ିରେ ଯାଉଥିବା ଗର୍ଭବତୀ ସନ୍ତୋଷୀଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା।

ଏହି ଘଟଣା ସମ୍ପର୍କରେ ପରଜଙ୍ଗ ଥାନାରେ ଏତଲା ଦେବାର ମାସେ ଉପରେ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡି ନାହାଁନ୍ତି। ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ମହାମହିମ ରାଜ୍ୟପାଳ, ଢେଙ୍କାନାଳ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

new life
You might also like
error: Content is protected !!