ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ରୋମିଓ ତଥା ଫୋର ଟ୍ୱେଣ୍ଟି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୁପ୍ତ ରହସ୍ୟ। କମିଶନରେଟ ପୋଲିସର ତଦନ୍ତ ପରେ ଧୀରେ ଧୀରେ ଗୁମର ଗୁଡିକ ସାମ୍ନାକୁ ଆସିଛି । ବହୁ ପତ୍ନୀ ସାଙ୍ଗକୁ ଲୋକଙ୍କୁ ଫ୍ରଡ଼ କରିଥିବା ଭଳି ଆସିଛି ସଙ୍ଗିନ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ରହିଛି ଗୋଟିଏ ପରେ ଗୋଟିଏ ଭିତରର ଗୁମର ତଥ୍ୟ ।
ବାସଭବନ ଭିତରେ ରହିଛି ଏକ ଅନ୍ଧାରି ଗୁପ୍ତ ଭୂତଳ ଘର । ଯେଉଁ ଘରେ ସିଡ଼ି ପକାଇ ଭିତରକୁ ଯାଉଥିଲେ ରମେଶ । ଆଉ ସେହିଠାରେ ଚାଲିଥିଲା ତାଙ୍କର ଗୁପ୍ତ ଅପରେସନ । ମାଟ୍ରିକ ଫେଲ ରମେଶ ଅଂଚଳ ପାଇଁ ପାଲଟିଥିଲେ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର । ୧୯୯୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ତାଙ୍କର ସ୍ୱବର୍ଣ୍ଣ ସମୟକୁ ସ୍ତ୍ରୀ ଶାନ୍ତିଲତାଙ୍କ ସହ କଟାଇଥିଲେ ରମେଶ । ଯେଉଁଠାରେ ରହୁଥିଲେ ସେହିଠାରେ ଥିଲା ତାଙ୍କର ଗୋଟିଏ ଗୋଟିଏ ସ୍ତ୍ରୀ ଆଉ ଅଜସ୍ର ସମ୍ପତ୍ତି । ଏ ନେଇ ଆମେ କାମାକ୍ଷାନଗର ସ୍ଥିତ ତାଙ୍କର ସାଇଶ୍ରୀ ଏକ୍ସ-ର ଦାୟିତ୍ବରେ ଥିବା ନୃସିଂହ ରାଉତ ଙ୍କୁ ଯୋଗାଯୋଗ କରିବା ପରେ । ସେ ରମେଶଙ୍କର ଗୁପ୍ତ ସୁଡୁଙ୍ଗରେ ଭୂତଳ ଘର ଦେଖାଇଥିଲେ ।
କେବଳ ସେତିକି ନୁହେଁ ତାଙ୍କ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ ବାଇକ ରଖାଯାଇଛି । ଯାହାର ଗାଡି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି । ଏଥିରୁ ଆପଣ ମାନେ ଅନୁମେୟ କରି ପାରୁଥିବେ ରମେଶଙ୍କର କଳା କାରନାମା । ରୋମିଓ ନକଲି ଡାକ୍ତରଙ୍କର ଭାରିଜା ପ୍ରୀତି ସାଙ୍ଗକୁ ଲୋକଙ୍କୁ ଚିଟିଂ କରିବାର ଗୁମର ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି । ଯାହାର ସମସ୍ତ ପର୍ଦ୍ଦାଫାସ କମିଶନରେଟ ପୋଲିସ କରିବାକୁ ଯାଉଛି । ଦୁଇଟି ଟିମ୍ କୁ ନେଇ ତଦନ୍ତ ଚଳାଇଛି ପୋଲିସ ।
