ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟାଣାବିଲ ପଞ୍ଚାୟତ କହ୍ନେଇପାଳ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ପାଚେରୀ ଡେଇଁ ରୋଷେୟା ନେଉଥିବା ବେଳେ ଧରିଲେ ଗ୍ରାମବାସୀ , ଘଟଣା ସ୍ଥଳ ରେ ଉତ୍ତେଜନା ବୃଦ୍ଧି ପାଇବାରୁ ଛୁଟିପରେ ଵି ଏକଘଣ୍ଟା ଅଟକ ରହିଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ସରପଞ୍ଚ ଙ୍କ ହସ୍ତକ୍ଷେପ ପରେ ସନ୍ଧ୍ୟା ରେ ମୁକୁଳିଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ସୂଚନା ଅନୁଯାୟୀ ରାଜ୍ୟ ଠାରୁ କେନ୍ଦ୍ର ଯାଏ ପିଲା ଙ୍କ ଉପସ୍ଥାନ ବଢିବା ଓ ଅପପୃଷ୍ଟି ରୋକିବା ପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି, କିନ୍ତୁ ଛାତ୍ରଛାତ୍ରୀଙ୍କ ପେଟକୁ କାଟି ବିଦ୍ୟାଳୟରୁ ଚାଉଳ ବିକ୍ରି ହେଉଛି । ଢେଙ୍କାନାଳ ଜିଲ୍ଲା
ଭୁବନ ବ୍ଲକ ଅନ୍ତର୍ଗତ କହ୍ନେଇପାଳ ସ୍ଥିତ ବିଦ୍ୟାଳୟଟି ୧୯୫୩ ମସିହାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟାଳୟରେ ମୋଟ ୨୨୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ତେବେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ରୋଷେୟା ବିଦ୍ୟାଳୟରୁ କିଣିକି ନେଉଥିବା ଏକ ଭିଡିଓ ଭାଇରାଲ ହେବାପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ହୋଇଥିଲା । ବିଦ୍ୟାଳୟ ପାଚେରୀ ଉପରେ ଚାଉଳ ଭର୍ତ୍ତି ବସ୍ତା ଓ ଡେକଚି ଦେଖିବାକୁ ମିଳିଥିଲା । ଫଳରେ ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ଗେଟ ଆଗରେ ଘଣ୍ଟା ଘଣ୍ଟା ଧରି ଗ୍ରାମବାସୀ ଜଗିରହିଥିଲେ ।
ସରପଞ୍ଚ ଦିଲ୍ଲୀପ ସାହୁ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଗ୍ରାମବାସୀ ବିଦ୍ୟାଳୟ ଫାଟକ ଆଗରୁ ହଟିଥିଲେ । ତେବେ ଏନେଇ ପରିଚାଳନା କମିଟି ସଭାପତି ଅରୁଣ ବେହେରା କୁହନ୍ତି ଗ୍ରାମବାସୀଙ୍କ ଠାରୁ ଶୁଣି ଆସି ଦେଖିବା ବେଳକୁ ପାଚେରୀରେ ଚାଉଳ ଥୁଆହୋଇଛି । ଅନ୍ୟପଟେ ବିଦ୍ୟାଳୟରୁ ଚାଉଳ ଚୋରି ଏହା ପ୍ରଥମ ଥର ନୁହେଁ, ଆଗରୁ ଵି ଧରିଥିଲୁ ବାରମ୍ବାର ଏପରି କରିବା ଠିକ ନୁହେଁ ବୋଲି ଗ୍ରାମବାସୀ ହାଡିବନ୍ଧୁ ସାହୁ କହିଛନ୍ତି । ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମିଶ୍ର ଙ୍କ କହିବା ଅନୁଯାୟୀ ସିଏ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସରପଞ୍ଚଙ୍କ ଠାରୁ ଜାଣିବାକୁ ପାଇଥିଲେ ରୋଷେୟା ଚାଉଳ ନେଇଛି, ଆମ ସ୍କୁଲ ଷ୍ଟକ ଦେଖିବା ପରେ ଜଣାପଡିବ ।