News
lipub
samparksetu

ଟ୍ରାନ୍ସଫର୍ମର ସଂସ୍ପର୍ସରେ ଆସି ଷଣ୍ଢ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ପରମହଂସପୁର ଛକ ନିକଟରେ ବସିଥିବା ୧୬ କେଭି ର ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସୋମବାର ସକାଳ ପ୍ରାୟ ୬ ଘଟିକା ସମୟରେ ଏକ ଷଣ୍ଢ ର ମୃତ୍ୟୁ ଘଟିଛି ।

ସୋଚନା ଯୋଗ୍ୟ କି , ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ବାଡ ନଥିବା ବେଳେ ଟ୍ରାନ୍ସଫର୍ମର ଟି ଅତି କମ ଉଚ୍ଚରେ ଖୋଲା ମେଲାରେ ବସାଜାଇଛି ।ଏହି ସମ୍ପର୍କରେ ବଜାର କମିଟି ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଇନଥିବାରୁ ଏଠାରେ ବାରମ୍ବାର ବିଦ୍ୟୁତ ଆଘାତରେ ବିଭିନ୍ନ ପ୍ରକାର ର ପଶୁ ଯଥା କୁକୁର, ଗୋରୁ ଗାଈ ଙ୍କର ମୃତ୍ୟୁ ଘଟିଛି ।

ଏହି ବିଷୟରେ ପରଜଙ୍ଗ ସେକ୍ସନ ୨ ର ସରାଙ୍ଗ ଷ୍ଟ୍ରକଚର ର କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରୁ ଏଭଳି ଘଟଣା ବିଭିନ୍ନ ଜାଗାରେ ଘଟୁଥିବା ଆମ୍ଭ ନଜର କୁ ଆସିଛି ।ତେବେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ଚର୍ତୁପାଶ୍ୱରେ ଖୋଲା ରହିଥିବା ଘଟଣା ବିଷୟର ଅବଗତ କରିଥିଲେ ସୁଦ୍ଧା ଏଥିପ୍ରତି ସେମାନଙ୍କର ଦୃଷ୍ଟି ନାହିଁ । ତେଣୁ ଆମେ କୌଣସି ଟ୍ରାନ୍ସଫର୍ମର ଚାରି ପାଖରେ ବାଡ ଦେଇପାରୁନୁ।ତେଣୁ ବିଭିନ୍ନ ସମୟରେ ଏଭଳି ଘଟଣା ଘଟିଥିବା ଖବର ଆସିଥିଲେ ସୁଦ୍ଧା ଲୋକଙ୍କ ଆକ୍ରୋଶ ହେତୁ ଆମ୍ଭେ ଘଟଣା ସ୍ଥଳକୁ ଯାଉନାହୁଁ । ତଳିଆ କର୍ମଚାରୀଙ୍କୁ ପଠାଇ ଏହାର ସମାଧାନ କରୁଅଛୁ ।ତୁରନ୍ତ ଉକ୍ତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ବାଡ଼ ଦିଆ ନଯାଏ ତେବେ ବାଧ୍ୟହୋଇ ଆନ୍ଦୋଳନ କରାଯିବ ବୋଲି ପରମହଂସପୁର ବଜାର ସଭାପତି ନରେନ୍ଦ୍ର କୁମାର ରାଉତ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!