News
lipub
samparksetu

କପିଳାସ ପୀଠର ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ

କପିଳାସ ପୀଠ ପୂର୍ବ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ କର୍ମକର୍ତ୍ତାଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କପିଳାସ ସିଂହଦ୍ଵାର ସମ୍ମୁଖରେ ଥିବା ଯାତ୍ରୀ ନିବାସକୁ ଆଉ ହୋଟେଲ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ଥିର କରାଯାଇଥିବା ବେଳେ ହୋଟେଲ ପାଇଁ ଅନ୍ୟତ୍ର ସ୍ଥାନ ନିରୂପଣ କରାଯାଇଛି ବୋଲି ଉପ ଜିଲ୍ଲାପାଳ ମତ ବ୍ୟକ୍ତ କରିଥିଲେ । କପିଳାସ ରୁ ଟୋଲ ଗେଟ ପ୍ରଥାକୁ ବନ୍ଦ କରାଯାଇ କେବଳ ନୂତନ ନିର୍ମିତ ପାର୍କିଂ ସ୍ଥଳ ପାଇଁ କେବଳ ପାର୍କିଂ ଫିସ ଆଦାୟ କରାଯିବ ବୋଲି ସ୍ଥିର କରାଯାଇଛି ।

କପିଳାସ ପୀଠ ପାଇଁ ଖୁବ୍ ଶୀଘ୍ର ଏକ କମ୍ପ୍ରେହେନ୍ସିଭ ମାଷ୍ଟର ପ୍ଲାନ୍ କରାଯାଇ ପୀଠକୁ ସରସ ସୁନ୍ଦର୍ କରାଯିବା ସହ କପିଳାସ ବଡ଼ଦାଣ୍ଡରେ କେବଳ ଭୋଗ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । କପିଳାସ ପୀଠରୁ ଢେଙ୍କାନାଳ ମନ୍ଦାର ଯୋଗାଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଦୁଇ ପାର୍ଶ୍ଵରେ ଆମିଷ ଭୋଜି କୁ ସମ୍ପୂର୍ଣ ବନ୍ଦ କରାଯିବ । ଜବର ଦଖଲ ହେଉଥିବା ଭୁ-ସମ୍ପତ୍ତର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଶ୍ରଦ୍ଧାଳୁ ଶୋଷଣର ଶିକାର ଯେପରି ନହେବେ, ପୀଠରେ ବିକ୍ରି ହେଉଥିବା ଭୋଗ ସାମଗ୍ରୀ ଓ ଘିଅ ର ମାନ ଓ ଦର ଠିକ୍ ଭାବରେ ତନଖି କରି ଦର ତାଲିକା କୁ ଦୋକାନ ଆଗରେ ମରାଯିବ ।ପାଠାଗାର ଓ ହରିହର ମଠ ପାଇଁ ଅର୍ଥ ମଞ୍ଜୁରୀ ହେବ । ପୀଠରେ ନିଯୁକ୍ତି ପାଇବେ ସ୍ଥାୟୀ କର୍ମଚାରୀ । କପିଳାସ ପୀଠ ର ସଫେଇ ପାଇଁ ନୂତନ କର୍ମଚାରୀ ନିଯୁକ୍ତି ଦିଆଯିବ, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ । ବାରବାଙ୍କଠାରେ ନିର୍ମିତ ଶିବମୂର୍ତ୍ତି ଜଳଫୁଆରା ର ମରାମତି କରାଯିବା ସହ ଶୌଚାଳୟକୁ ଶ୍ରଦ୍ଧାଳୁ ମାନଙ୍କୁ ୨୪ ଘଣ୍ଟିଆ ସୁବିଧା ଯୋଗାଇ ଦେବାପାଇଁ ପରିଷଦ ତରଫରୁ ଅନୁରୋଧ କରାଯାଇଛି । ଏହା ସହ କପିଳାସ ପୀଠରେ ସାତ ବଖରିଆ ଧର୍ମଶାଳାକୁ ଶ୍ରଦ୍ଧାଳୁ ମାନଙ୍କୁ ରାତ୍ରି ରହଣିର ସୁଯୋଗ ଦେବା ପାଇଁ ପରିଷଦ ତରଫରୁ ଅନୁରୋଧ କରାଯାଇଛି ।

ଉକ୍ତ ବୈଠକରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ପରିଷଦର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ, ଗର୍ଦିଆ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂହ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ଅମରେନ୍ଦ୍ର ମଲ୍ଲ, ଦୁଃଖବନ୍ଧୁ ଦାସ, ଦୁଷ୍ମନ୍ତ ମହାନ୍ତି, ଅସିତ୍ ମହାନ୍ତି, ଶ୍ରୀଧର ପାତ୍ର, ଲମ୍ବୋଦର ପରିଡ଼ା, କଟିର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ସୂଚନା ଥାଉକି କପିଳାସ ଶୈବପୀଠରେ ଦୀର୍ଘବର୍ଷ ଧରି ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ କପିଳାସ ସୁରକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିଲା ଧର୍ମଘଟ ଡାକରା ଯାହାକି ଏକ ମାସ ପାଇଁ ସ୍ଥଗିତ ରଖାଯାଇଛି । ଆଲୋଚନା ହୋଇଥୁବା ବିଷୟ ଗୁଡ଼ିକ ଉପରେ ଦେବୋତ୍ତର ପ୍ରଶାସନ କୌଣସି ନିଷ୍ପତି ନେବାରେ ଅବହେଳା ପ୍ରଦର୍ଶନ କଲେ ଏକମାସ ପରେ ପୁଣି ଅନଶନ ଓ ଧର୍ମଘଟ କରା‌ଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

new life
You might also like
error: Content is protected !!