ଆମେ ଜାଣୁ ଜେ ଘର ତିଆରି କିମ୍ବା ମା ହାତ ରନ୍ଧା ଖାଦ୍ୟ ବଜାରରେ ମିଳୁଥିବା ଖାଦ୍ୟ ଠାରୁ ଆନେକ ପରିମାଣରେ ସୁଷମ , ସ୍ୱାଦିଷ୍ଟ ଏବଂ ସୁଚିନ୍ତିତ ପ୍ରଣାଳୀରେ ପ୍ରସ୍ତୁତ । ସେହିପରି ନିଜ ବଗିଚାରେ ହୋଇଥିବା ପନିପରିବା ବଜାରରେ ମିଳୁଥିବା ପନିପରିବା ଠାରୁ ଆନେକ ଗୁଣରେ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ ।
କିଚେନ ଗାର୍ଡେନ ପାଇଁ ଉପଯୁକ୍ତ ସ୍ଥାନ
ଏଥିପାଇଁ ଆମକୁ ଅତି କାମ ରେ ୧୦୦ ବର୍ଗ ଫୁଟ ର ଜାଗା ର ଆବଶ୍ୟ ହୋଇଥାଏ ଏବଂ ସେଠାରେ ୫-୬ ଘଣ୍ଟା ର ସୂର୍ଯ୍ୟ କିରଣ ପଡୁଥିବା ଦରକାର । ଜାଗା ଟି ପଶୁପକ୍ଷୀ ଯେରିକି ଗାଇ, ଛେଳି ଇତ୍ୟାଦି ମାନଙ୍କ ଠାରୁ ସୁରକ୍ଷିତ ଥିବା ସ୍ଥାନ ହୋଇଥିବା ଦରକାର । ସଠିକ ଜଳ ଉପଲବ୍ଧ ଥିବା ସ୍ଥାନ ହୋଇଥିବା ଦରକାର ଏହାଦ୍ୱାରା ଗଛର ଜଳ ଆବଶ୍ୟକତା ପୁର୍ଣ ହୋଇ ପାରିବ ।
କିଚେନ ଗାର୍ଡେନ ପାଇଁ ଉପୟୁକ୍ତ ଗଛ
ଆଧିକ ସୂର୍ଯ୍ୟ କିରଣ ଆବଶ୍ୟ କରୁଥିବା ଗଛ.
ଟମାଟୋ
ଗାଜର
ବିନ୍
କାକୁଡି
ବାଇଗଣ
ବନ୍ଧାକୋବି
ପାଳଙ୍ଗ ଶାଗ
ବିଟ୍
କୋଶଳ ଶାଗ
ମେଥି ଶାଗ
ମୂଳା
ଅଦା
ଧନିଆ
ପୋଦିନା
ମୂର୍ତ୍ତିକା ପ୍ରସ୍ତୁତି
ସିମେଣ୍ଟ ଜଙ୍ଗଲ କାରଣରୁ ସହରାଞ୍ଚଳରେ ଉର୍ବର ମାଟି ପାଇବା ଗୋଟିଏ କାଠିକର ପାଠ ସାଜିଛି । ତେବେ ଉର୍ବର ମାଟି ପାଏ ଆମେ କୋକୋ ପିଟ ଏବଂ ଗୋବର ଖତ ର ବ୍ୟବହାର କରିପାରିବା । ଏଥିପାଇଁ ଆମକୁ ଚାରି ଭାଗ ମାଟି ସାଙ୍ଗରେ ଗୋଟିଏ ଭାଗ କୋକୋ ପିଟ ଏବଂ ଗୋବର ଖତ ର ର ପ୍ରୟୋଗ କରିବା କୁ ହବ ତତ୍ତ୍ୱର ନିମ୍ନମାନର ମୂର୍ତ୍ତିକ କୁ ଉର୍ବର ମୂର୍ତ୍ତିକ ରେ ପରିଣତ କରିପାରିବ ।
ଜଳର ଆବଶ୍ୟକତା
କୁହାଯାଏ ,ଜେ ଜଳ ବହୁନେ ଶୃଷ୍ଟି ନାସା ଏବଂ ଜଳ ବିହୁନେ ଶୃଷ୍ଟି ନାସ । ଯଦି ଆମେ ଗୋଟିଏ ଗଛରେ ସଠିକ ଭାବରେ ପାଣି ଦେଇ ପାରିବନି ତେବେ ଆମେ କେବେ ବଗିଚା କରିପାରିବନି .
ତେବେ ଏହିପରି ବଗିଚା ପାଇ ସିଞ୍ଚନ ସବୁଠାରୁ ଭଲ ଉପାୟ ଅଟେ ।
ଗଛ ଲାଗେ ଏବର ପ୍ରାରମ୍ଭିକ ସମୟରେ ଆମକୁ ସପ୍ତାହକୁ ଠାରେ ପାଣି ଦେବା କୁ ପଡି ଥାଏ ଓ ଗଛଟି ବଡ ହାଇ ଗଲେ ସପ୍ତାହକୁ ୨-୩ ଥର ପାଣି ଆବଶ୍ୟକ କରିଥାଏ.
ଉପକାରୀତା
୧.କମ଼ଖର୍ଚ୍ଚ
ଆମେଜଦି ଗୋଟିଏ ମଧ୍ୟବିତ ବର୍ଗ ର ପରିବାର କଥା କହିବା ତେବେ ସେ ତାର ପରିବା ନିତ୍ୟଦିନ ବଜାରରୁ କିଣିଥାଏ।
କିନ୍ତୁ ନିତ୍ୟଦିନ ବଜ଼ାର ରେ ସବୁସମୟରେ ଭିନ୍ନଭିନ୍ନ ପ୍ରକାର ପରିବା ମିଳିନଥାଏ। ଯାହା ଦ୍ଵାରା କି ତାର ଖାଇବା ଥାଳି ରେ ପୋଷାକ ତତ୍ୱ ର ଅଭାବ ପରିଲକ୍ଷିତ ହୁଏ। ଏବଂ ଉପଲବ୍ଧ ଥିଲେ ମଧ୍ୟ ଦର ବୃଦ୍ଧି କାରଣରୁ ସେ ତାକୁ କିଣି ପରି ନଥାଏ।
କିନ୍ତୁ ଆମେ ଯଦି କିଚେନ ଗାର୍ଡେନ କଥା କହିବା ,ଏହାକୁ କରିବା ପାଇ ବହୁତ କମ ଖର୍ଚ୍ଚ ରେ ହୋଇଥାଏ ଏବଂ ଏହାଦ୍ୱାରା ବର୍ଷ ର ପ୍ରତ୍ୟକ ସମୟରେ ଆମେ ଭିନ୍ନଭିନ୍ନ ପ୍ରକାର ପାରିବ ଉପଲବ୍ଧ ହୋଇଥାଏ।
୨.ଜୈବିକ ଫସଲ
ଦୈନିକ ବଜ଼ାରରେ ଉପଲବ୍ଧ ହେଉଥିବା ପରିବାରେ ବହୁଳ ପରିମାଣରେ ରାସାୟନିକ ସାର ପ୍ରୟୋଗ ହେଉଅଛି ଯଦ୍ୱାରା କି ମଣିଷ ବିଭିନ୍ନ ପ୍ରକାର ମାରତ୍ମକ ରୋଗର ଶିକାର ହୋଉଅଛି।
ତେବେ ଏଥିରୁ ବଞ୍ଚିବା ପାଇଁ ଅତି ସରଳ ବାଟ ହଉଛି କିଚେନ ଗାର୍ଡେନ କାରଣ ଏଥିରେ ଭିନ୍ନଭିନ୍ନ ପ୍ରକାର ଜୈବିକ ସାରର ପ୍ରୟୋଗ ହୋଇଥାଏ। ଯପରିକି ଆଷ୍ଟାଙ୍ଗ ପତ୍ର,ଗୋବର ଖତ,ଗୋମୂତ୍ର, ଘରୁ ବାହାରୁଥିବା ଆବର୍ଜନା।
୩.ପୋଷାକ ତତ୍ୱ
ଆମେ ଯଦି କିଚେନ ଗାର୍ଡେନ ରେ ଉପଲବ୍ଧ ହେଉଥିବା ପନିପରିବା କଥା କହିବା ଯପରିକି ପାଳଙ୍ଗ ଯାହାକି ଭିଟାମିନ ବି
ରେ ଭରପୁର ଏବଂ ଧନିଆ, ମୂଳା ଯାହାକି ଆଇରନ ରେ ପୁର୍ଣ।
ତେବେ କିଚେନ ଗାର୍ଡେନ ହେଉଛି ଗୋଟିଏ ସ୍ଥାନ ଯାହା ଆମର ଖାଇବା ଥାଳିରେ ପୋଷକ ତତ୍ୱ ବର୍ଷର ସବୁ ସମୟରେ ପୁର୍ଣ କରିଥାଏ।
ଶେଷକଥା
ତେବେ ଗୋଟିଏ କଥା ଜାଣିବା ଆତି ଆବଶ୍ୟକ ଅଟେ, ଆମେ ରାସାୟନିକ ସାରା ପ୍ରୟୋଗ କରି ଆମେ ଆତି ଭଲ ଉତ୍ପାଦନ କରି ପାରିବ କିନ୍ତୁ ତାହା ଦେହ ପ୍ରତି ହାନିକାରକ ଆଟେ । ତେବେ ଜୈବିକ ଖତ ର ବ୍ୟବହାର କରି ଆମେ ଆମ ଆମ ଶରୀରକୁ ସୁସ୍ଥ ରଖିବା ଆବଶ୍ୟକ ଅଟେ ।
✍️ ଶ୍ରୀକୃଷ୍ଣ ମହାନ୍ତି
ତୃତୀୟ ବର୍ଷ ଆର୍କିଟେକଚର ଛାତ୍ର
ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ
