News
lipub
samparksetu

ରାଜ୍ୟରେ ୨ ସପ୍ତାହ ପାଇଁ ଲାଗୁ ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କଣ କଟକଣା କଣ ହେଲା କୋହଳ

ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ ଢେଙ୍କାନାଳ ସମେତ ୧୩ ଜିଲ୍ଲାର ରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ ।

ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ, ପ୍ରେସମିଟ ରେ ଦେଇଥିବା ସୁଚନା ଅନୁଯାୟୀ । ଓଡିଶାରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା । ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ଜାରି ରହିବ ।

୧୭ ଜିଲ୍ଲାରେ ସଂକ୍ରମଣ କମୁଥିବାରୁ ଲକଡାଉନ କୋହଳ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୫ ଦୋକାନ ବଜାର ଖୋଲା ରହିବ । ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଦୋକାନ ବଜାର ଖୋଲା ରହିବ । ମିଠା ଦୋକାନ ମଧ୍ୟ ଖୋଲା ରହିବ । ସେପଟେ, ମଲ, ସେଲୁନ, ଜିମ, ସିନେମା ହଲ ବନ୍ଦ ରହିବ । ଏହି ସମୟରେ ଟୀକା ପାଇଁ ଯାଇପାରିବେ ଲୋକେ । ବ୍ୟାକିଂ କାର୍ଯ୍ୟ ଜାରି ରହିବ ।

ସକାଳ ୬ରୁ ୯ ମର୍ଣ୍ଣିଂ ୱାକ, ସାଇକ୍ଲିଂ କରିପାରିବେ । ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ବାହାଘର ଭୋଜି ଓ ଅନ୍ତିମ ସଂସ୍କାରରେ କଟକଣା ରହିବ । ସାରା ରାଜ୍ୟରେ ବନ୍ଦ୍ ରହିବ ମନ୍ଦିର ହେଲେ ନୀତି ଚାଲିବ ।

new life
You might also like
error: Content is protected !!