ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ Aରେ ଥିବା ସୂଚନା । କାଟାଗୋରୀ- A ରେ ଥିବା ଜିଲ୍ଲା ଗୁଡ଼ିଆ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।
A କାଟାଗୋରୀରେ ଥିବା ଜିଲ୍ଲା ଗୁଡିକରେ, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଖୋଲାରହିବା ଦୋକାନ । ସପିଙ୍ଗ ମଲ, ପାର୍ଲର ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ।
ଅନ୍ୟପକ୍ଷରେ, କାଟାଗୋରୀ B ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ । ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ । ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବିବାହ, ବ୍ରତ, ଶେଷକୃତ୍ଯ ଏବଂ ଅନ୍ୟାନ୍ୟ ଧାର୍ମିକ ଓ ସାମାଜିକ କାର୍ଯ୍ୟ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ। ଅନ୍ୟପଟେ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ପୁର୍ବପରି ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
