News
WhatsApp Image 2023-10-04 at 17.25.00
samparksetu

ମାଆ

ବୋଉ ଲୋ…ତୁ ମୋତେ ଜନ୍ମ କରିଲା ଦିନଠୁଁ….
  ମୋପାଇଁ ସବୁବେଳେ ମାତୃ ଦିବସ…..

   ଏଇ ସ୍ୱଚନ୍ତ୍ର ଦିନରେ ତତେ ନେଇ ମୁଁ କଣ ଲେଖିବି…….??

  ତୋପାଇଁ ଏଇ ସାହିତ୍ୟ ଅଭିଧାନରେ ମଧ୍ୟ୍ୟ ଶବ୍ଦ ନିଅଣ୍ଟ….

ଏଇ ପୃଥିବୀ ଠାରୁ ତ….
    ବହୁତ ସୁନ୍ଦର ତୁ……!

ତୋ ଅଭୟ ହାତ ମୋ ମୁଣ୍ଡରେ ଅଛି ବୋଲି
    ଏଯାଏଁ ଆସିଛି ମୁଁ…….

ସରଳ ରେ କହିଲେ…..

   ଗଡି ଗଲେ ଯିଏ ଝାଡ଼ି ଦିଏ ଧୂଳି
     ନାଁଟି ତୋର ମାଆ
ଅବୁଝା ହେଲେ ଯେ ଭାତ ଥାଳି ଧରି
    ଡାକଇ ବାବୁରେ ଆ ଆ..

ନିଦ ନ ଆସିଲେ ଗପ କହେ ଯିଏ
   ନାଁଟି ତୋର ମାଆ
ଝୁଣ୍ଟି ପଡିଗଲେ ଖଣ୍ଡିଆ ହୋଇଲେ
  କାନ୍ଦି କହେ ସିଏ ଆହାଃ…

ରାତି ଅଧ ଯାଏ ଜଗିଥାଏ ସିଏ
  ନାଁଟି ତୋର ମାଆ
ଡେରିରେ ଫେରିଲେ ଗାଳି କରି କୁହେ
   ଅମାନିଆ ହେଉ କିଆଁ…

ସନ୍ଧ୍ୟା ଆଳତିରେ ଶୁଭ ମନାସେ ଯେ
  ନାଁଟି ତୋର ମାଆ…
ଛୁଆଙ୍କ ପାଈଁକି ଛାତିରେ ଅମୀୟ
   ପରସି ଦେଇଚି ଯାହା…

ସ୍ୱୟଂ ଭଗବାନ ଘରେ ଉପସ୍ଥାନ
  ନାଁଟି ତୋର ମାଆ….
ମନ୍ଦିର ଠାକୁର ପଥରରେ ଗଢ଼ା
   ନେତ୍ର ରେ ଦେଖିଚି ଯାହା…

   ✍️ପପୁ ମହାପାତ୍ର

new life
You might also like
error: Content is protected !!