ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ।
ସରକାରୀ ବିହନ, ଔଷଧ ଓ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ସେମାନେ କରିଥିଲେ। ଅସନ୍ତୋଷର କାରଣ ଅବଗତ ହେବା ଶ୍ରୀ ସିଂହ ଅସନ୍ତୁଷ୍ଟ ଚାଷୀଙ୍କୁ ସାର, ବିହନ ଓ ଔଷଧ ଯୋଗାଇ ଦେଇଥିଲେ। ଅଧିକାରୀଙ୍କ ଏପରି କାମ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯାଇଛି। ଆଗକୁ ଏପରି ଅନିୟମିତତା ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
