News
lipub
samparksetu

ଅନେକ ଆବେଦନ ପରେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା ; କେବେ ମିଳିବ ଭତ୍ତା ?

ବୟସର ଚତୁର୍ଥ ଅବସ୍ଥା ବା ଶେଷ ସମୟରେ ଗରିବ ଅସହାୟ ଲୋକଟିଏ ରୋଜଗାର ପାଇଁ ସାମର୍ଥ୍ୟ ହରେଇ ଥାଏ। କୌଣସି ରୋଜଗାର ପନ୍ଥା ନାହିଁ ତା ପରେ ପାଖରେ କେହି ସନ୍ତାନ ନଥାନ୍ତି ତେବେ ପରିସ୍ଥିତି ତାଙ୍କ ପାଇଁ ଦୁର୍ବିସହ ହୋଇପଡେ।

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ଗ୍ର.ପ ଭାଗିରଥି ପୁର ର ସବରସାହିର ଅଭୟ ପ୍ରଧାନ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବୟସ ତାଙ୍କର ୬୪ ବର୍ଷ ପାଖରେ ତାଙ୍କର କେହି ନାହାଁନ୍ତି। ଦୁଇ ଝିଅ ବିବାହ ପରେ ଘରେ ଏବେ ବୃଦ୍ଧ‌। ଅଭୟ ଅନେକ ଥର ଭତ୍ତା ପାଇଁ ଦରଖାସ୍ତ ଦେଇ ନିରାଶ ହେଲେଣି। ବୟସ ଯୋଗୁଁ କାମଧନ୍ଦା କରି ପାରୁ ନାହାଁନ୍ତି। ରୋଗ ବ୍ୟାଧି ଧିରେଧିରେ ଶରୀରକୁ ଦୁର୍ବଳ କରି ଦେଲାଣି। ପ୍ରଶାସନ ଏହି ବୃଦ୍ଧଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।

new life
You might also like
error: Content is protected !!