News
lipub
samparksetu

ବାଲିଯୋରନ୍ଦା ଗ୍ରାମରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ପାଳିତ

ଗାଁଦିଅl ବ୍ଲକ ରାଇତଳl ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମରେ ମା ଚଣ୍ଡୀ ଠାକୁରାଣୀଙ୍କ ପାଖରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଗ୍ରାମବାସୀ ମାନେ ବଢିଚଢ଼ି ଭାଗ ନେଇଥିବା ବେଳେ ଗ୍ରାମର ଚଣ୍ଡୀ ଠାକୁରାଣୀ ଙ୍କ ପାଖରେ ମହିଳା ସଂକୀର୍ତନର ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସମାରୋହ ଓ ଚାରଣ ଗୋଷ୍ଠୀ ଦ୍ୱାରା ସଂକୀର୍ତନ ପରିବେଷଣ ମୁଖ୍ୟ ଆକର୍ଷଣ ଥିଲା l କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତ ମାନଙ୍କପାଇଁ ବାଲିଯୋରନ୍ଦା ଗ୍ରାମ ତରଫରୁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା l ଉକ୍ତ ଉତ୍ସବରେ ଗ୍ରାମର ସଭାପତି ଚୈତନ୍ୟ ମହାନ୍ତି, ସମ୍ପାଦକ ଅଜିତ ସ୍ୱାଇଁ, ସଦସ୍ୟ ଅଦ୍ୱୈତ ବାରିକ, ସୁଶାନ୍ତ ସାହୁ, କାଳନ୍ଦୀ ନାୟକ, ରବିନାରାୟଣ ପରିଡା, ଅଚ୍ୟୁତାନନ୍ଦ ମହାନ୍ତି, ଅନ୍ତର୍ଯ୍ୟାମୀ ନାୟକ, ସିକୁନୁ ବାରିକ, ବନମାଳୀ ପାଣିଗ୍ରାହୀ, ଗିରିଧାରୀ ମହାନ୍ତି ଙ୍କ ସହିତ ଗ୍ରାମର ଯୁବ ବର୍ଗ ସହଯୋଗ କରିଥିଲେ l

new life
You might also like
error: Content is protected !!