ଚକୋଲେଟ ସେକ ପାଇଁ ଆବଶ୍ୟକୀୟ ସାମଗ୍ରୀ:
୧ କଦଳୀ
୧ କପ କ୍ଷୀର
ଦେଢ଼ କପ କ୍ରିମ
୩ ଟେବୁଲ ସ୍ପୁନ କାଜୁ
୨ ଚାମଚ କୋକୋ ପାଉଡ଼ର
୨ ଟେବୁଲ ସ୍ପୁନ ଡାର୍କ ଚକୋଲେଟ
ପ୍ରସ୍ତୁତି:
ସେକ ତିଆରି କରିବା ପାଇଁ ପ୍ରଥମେ ଡାର୍କ ଚକୋଲେଟକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ଗ୍ରାଇଣ୍ଡରରେ କଦଳୀ, କ୍ଷୀର, କାଜୁ ସହ ଏହି ଚକୋଲେଟ ଗୁଣ୍ଡ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ । ପରେ ଏଥିରେ କୋକୋ ପାଉଡର ମିଶାଇ ପୁଣି ଥରେ ଗ୍ରାଇଣ୍ଡ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନ ପସନ୍ଦ ଡାର୍କ ‘ଚକୋଲେଟ ସେକ’। ଏହାକୁ ଆପଣ ଏବେ ଗ୍ଲାସରେ ବାହାର କରି ସର୍ଭ କରିପାରିବେ ।