ରହିବା ପାଇଁ ନା ତା ପାଖରେ ଅଛି ବାସ ,ନା ଗଣ୍ଡେ ଖାଇବା ପାଇଁ ପାଖରେ ଅଛି ଖାଦ୍ୟ । ଏପରିକି ମାନସୀ ବାକ ଶକ୍ତି ହରାଇ ଥିବାରୁ ପଦେ କଥା ପାଇଁ ଆଜି ପ୍ରଶାସନିକ ଅଧିକାରୀ ମାନେ ତାକୁ ଠକି ଦେଇ ଚାଲିଯାଇଛନ୍ତି ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ଗ୍ରାମ ପଞ୍ଚାୟତ ବେଲପଡା ଗ୍ରାମର ଯେଉଁଠି କି ସରକାର ଆବାସ ଯୋଜନା ପାଇଁ ହିତାଧିକାରୀ ଚୟନ ପ୍ରକ୍ରିୟାରେ ଲୋକମାନଙ୍କୁ ଅନ୍ତରର୍ଭୁକ୍ତ କରୁଥିବା ବେଳେ ମାନସୀ ବେହେରା ନାମକ ଜଣେ ବିକଳାଙ୍ଗ ଅସହାୟ ମହିଳା ଅଜି ହିତାଧିକାରୀ ତାଲିକାରେ ନାମ ଥାଇ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଇଛି ।
ମାନସୀ ବେହେରା ବିବାହ କରିଥଲେ ମଧ୍ୟ ତାର କୁନି ଛୁଆ ସହିତ ତାର ବାପ ଘରେ ଆଶ୍ରୟ ନେଇ ଦୁଃଖ କଷ୍ଟରେ ଜୀବନ ବିତାଉ ଥିବା ବେଳେ , ମା’ ଛାଡି ଯାଇଥିବା ଭଙ୍ଗା ଦଦରା କୁଡିଆ ଟି ଆଉ ରହିବା ଯୋଗ୍ୟ ହୋଇ ରହିନାହିଁ ।
ଏପରିକି ଲଗାଣ ବର୍ଷା ଯୋଗୁଁ ଘରଟିର ମାଟି କାନ୍ଥ ସବୁ ଫାଟି ଆଁ କରି ରହିଥିବା ର ଦୃଶ୍ୟ ଦେଖିଲେ ଆପଣ ମାନେ ଅନୁମାନ କରି ପାରିବେ ମାନସୀ ଓ ତାର ଛୋଟ ଛୁଆ କେତେ ସୁରକ୍ଷିତ। ମାନସୀ ସରକାର ଅନୁଦାନ ପ୍ରାପ୍ତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥାଇ ମଧ୍ୟ ସରକାର ବାବୁ ମାନଙ୍କ ମନ ମୁଖି କାର୍ଯ୍ୟ ଆଜି ଏକ ଆସହାୟ କୁ ବାସହରା କରିଦେଇଥିବା କଥା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏ ସମ୍ପର୍କରେ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିୟକାନ୍ତ ସ୍ବାଇଁ ଏହାର ତଦନ୍ତ ପାଇଁ ସେ ବି.ପି.ସି ଙ୍କୁ ଦେବାସହ ଏହାର ଇନକ୍ୱାରି ଅଫିସର କାହିଁକି କାଟିଛନ୍ତି ତାହାର ତଦନ୍ତ ହେବ ବୋଲି ଗଣ ମଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।