News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗରେ ବାର୍ଷିକ ଉତ୍ସବ

ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗର ବାର୍ଷିକ ଉତ୍ସବ ପଠନ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ସେମାନଙ୍କୁ କଉଁବ୍ୟନିଷ୍ଠ , ନିଷ୍ଠାବାନ୍ , ଧୈର୍ଯ୍ୟବାନ୍ ଏବଂ ନିୟମାନୁବର୍ତ୍ତୀ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ରସାୟନ ବିଜ୍ଞାନ ମୁଖ୍ୟ ଡ . ଦେବାଶୀଷ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ନିଜର ଭବିଷ୍ୟତ କାର୍ଯ୍ୟନିର୍ବାହର ପନ୍ଥା ଗଠନ ଦିଗରେ ଉପଦେଶ ଦେଇ ସମୟାନୁବର୍ତ୍ତୀ ଏବଂ ଶୃଙ୍ଖଳିତ ହେବା ପାଇଁ ଉତ୍ସାହିତ କରିଥିଲେ ।

ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡ . ଅନିରୁଦ୍ଧ କୁମାର ଖିଲାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜୀବନରେ ଗଣିତର ଭୂମିକା ଏବଂ ଗଣିତ ଛାତ୍ରଛାତ୍ରୀମାନଙ୍କର ଗଣିତର ଚମତ୍କାର ଉପଯୋଗିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତୃତୀୟ ବର୍ଷର ଛାତ୍ରୀ କୁମାରୀ ବିଶ୍ବରୂପା ସାହୁ ସଭା ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟା ଡ . ( ଶ୍ରୀମତୀ ) ସୁରେଖା ବଳିଆରସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସେମିନାର ସମ୍ପାଦକ | ତୃତୀୟ ବର୍ଷର ଛାତ୍ର ଶ୍ରୀଯୁକ୍ତ ସୌଭାଗ୍ୟରଞ୍ଜନ ମୁଦୁଲୀ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମ ବାର୍ଷିକ ଛାତ୍ରୀମାନେ ଗଣିତଜ୍ଞ ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ରଚିତ ‘ ଗଣିତରାଣୀ ସଙ୍ଗୀତଟିକୁ ଗାନ କରିଥିଲେ । ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତୃତୀୟ ବର୍ଷର ଛାତ୍ର ଶ୍ରୀଯୁକ୍ତ ସୋହେଲ୍ ସାହୁ ” Vedic Mathematics & Its Applications ” ବିଷୟଟିରେ PPT presentation ଦେଇ ସେମିନାର ବକ୍ତବ୍ୟ ପ୍ରଦାନ କରିଥିଲେ ।

ବିଭାଗର ଅନ୍ୟତମ ଅଧ୍ୟାପିକା ଶ୍ରୀମତୀ ଦୀପାଞ୍ଜଳୀ ସାହୁ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କର୍ତ୍ତବ୍ୟନିଷ୍ଠ ହେବାକୁ ପ୍ରବର୍ତ୍ତାଇବା ସହ ପ୍ରାଚୀର ପତ୍ର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବାର୍ଷିକ ସେମିନାର୍ ବୁଲେଟିନ୍ ‘ ‘ MATHEMATICA ‘ ଉନ୍ମୋଚିତ ହୋଇଯାଇଛି । ଗଣିତ ପ୍ରତିଯୋଗୀତାରେ ପ୍ରଥମ ତିନି ସ୍ଥାନରେ ଥିବା ଛଅ ଜଣ ଛାତ୍ରଛାତ୍ରୀ ସମ୍ମାନୀତ ହୋଇଛନ୍ତି । ୨୦୨୦-୨୧ ମସିହାରେ ଗଣିତ ବିଭାଗରୁ ଶ୍ରୀଯୁକ୍ତ ଅମୃତବିନୟ ପ୍ରଧାନ ମହାବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନ ଅଳଂକୃତ କରିଥିବାରୁ ତାଙ୍କୁ ସମ୍ମାନୀତ କରିଯାଇଅଛି । ଶେଷରେ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଞ୍ଜଳୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଏବଂ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିବାରୁ ବିଭାଗୀୟ ମୁଖ୍ୟ ଡ . ( ଶ୍ରୀମତୀ ) ସୁରେଖା ବଳିଆରସିଂହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!