News
WhatsApp Image 2023-10-04 at 17.25.00
samparksetu

ମୋ ଓଡ଼ିଶା

ଓଡ଼ିଶା ମୋରି ରାଇଜ ନାଆଁ     
                       ଯେତେ ଦେଖେ ମୋତେ ଲାଗେ ନୂଆଁ ନୂଆଁ
ଏଇ ରାଇଜର ପାହାଡ଼ ବଣ
                      କରେ ସଭିଙ୍କ ମନ ହରଣ   ।
ବାରମାସେ ଏଠି ତେର ପରବ
                      ଓଡ଼ିଆ ଘର ପାଇଁ ଅତି ଗରବ   ।
ଆରିସା କାକରା ସାଙ୍ଗକୁ ଏଣ୍ଡୁରି ପିଠା
                      ଛେନାପୋଡ଼ ରସଗୋଲା ଆଦି ମିଠା ।
ପଖାଳ ଓଡ଼ିଶାର ଏକ ସୁସ୍ୱାଦୁ ଖାଦ୍ୟ
                     ସବୁ ଓଡ଼ିଆଙ୍କ ପାଇଁ ଏହା ଲାଗେ ଅତି ଅମୂଲ୍ୟ ।
ନୃତ୍ୟେ ଇତିହାସେ ଘୁମୁରା, ଛଉ ଆଦି ଅତି ପୁରୁଣା
                     ପୃଥିବୀ ପ୍ରସିଦ୍ଧ ଓଡ଼ିଶୀ ଆମର ଅତି ଆପଣା ।
କୋଣାରକ ପୁରୀ ଯେ ପୁଣି ଖଣ୍ଡଗିରି
                     ବଢାନ୍ତି ଏମାନେ ଉତ୍କଳର ଶିରି    ।
ଓଡ଼ିଶାର ହେଲୁ ସନ୍ତାନ ଆମେରେ
                     ଡରଭୟ ନାହିଁ ଜମା ଏ ମନରେ      ।
ହଟିବୁନୁ କେବେ ଆମେ ପଛକୁ
                      ଆଗେଇ ନେବାରେ ଆମ ଦେଶକୁ ।
କହୁଛି କହୁଥିବି ମୁଁ ଓଡ଼ିଆ
                       ମୋର ଏ ରାଜ୍ୟ ସବୁଠୁ ବଢିଆ   ।

✍️ ଲିଜା ଜେନା

new life
You might also like
error: Content is protected !!