News
lipub
samparksetu

ବିଶ୍ୱ ମାତୃ ଦିବସ

ସବୁ ଦିବସ ଅଟେ ମୋ ମାତୃ ଦିବସ
       ତାଙ୍କ ପାଦେ ମୋ ପ୍ରଣତି
ତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ
        ମିଳୁ ମୋତେ ଏ ଶକତି ll

ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ
      ଶିଖାନ୍ତି ସେ ପ୍ରତିକ୍ଷଣ
ସ୍ନେହ ଆଶୀର୍ବାଦ ଦିଅନ୍ତି ସେ ଅଜାଡି
      ଭଲ ପାଇବାର ଗୁଣ ll

ତାଙ୍କ ଦୁଃଖ ମୁହିଁ ଯେ ସହି ପାରେନାହିଁ
   ଭାରି କଷ୍ଟ ପାଏ ମୁହିଁ
ହସ ହସ ମୂଖ  ତାଙ୍କ ସତେ ଲାଗଇ
    ମୁହୂର୍ତ୍ତେ ଖୁସି ମୁଁ ପାଇ ll

ମାଁ ବିନା କିଏ କହିବେନି ଆହା ପଦ
      ମନ ସେ ବାରି ନିଅନ୍ତି
ଆମ୍ଭ ଚିନ୍ତା ସେ ସଦା କରନ୍ତି ଯେ ଦୂର
       ଖୁସି ପ୍ରଦାନ କରନ୍ତି ll

ତାଙ୍କରି ଚରଣେ ଏ ମୋର ନମସ୍କାର
     ଆଶୀଷ ଦିଅନ୍ତୁ ବୁଝି
ଯେତେ ଯାହାହେଲେ ଅଟେ ଏତ ମାଁଋଣ
     ମୁଁ ଯେ ନ ପାରିବି ସୁଝି ll

✍️ ତ୍ରିନାଥ ପଟ୍ଟନାୟକ

new life
You might also like
error: Content is protected !!