ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହେଲା ପଦୋନ୍ନତି ନୋଟିସ । ୩୦୧ ଜଣ ଥାନା ଅଧିକାରୀ ଙ୍କୁ ଡିଏସପି ଭାବେ ମିଳିଲା ପଦୋନ୍ନତି ।
ଗୃହ ବିଭାଗ ପକ୍ଷରୁ ବିଭିନ୍ନ ଥାନା ଅଧିକାରୀ ଙ୍କୁ ଡିଏସପି ପଦୋନ୍ନତି ନୋଟିସ ଜାରି କରାଯାଇଥିଲା । ଯେଉଁଥିରେ କାମାକ୍ଷାନଗର ଆଇଆଇସି ଙ୍କ ପଦୋନ୍ନତି ହୋଇଥିବାର ଦର୍ଶା ଯାଇଥିଲା ।

କିନ୍ତୁ ପରେ ୩୦ ଜାନୁଆରୀ ଦିନ ଆଉ ଗୋଟିଏ ନୋଟିସ ଜାରି କରାଯାଇଥିଲା ଯେଉଁଥିରେ ପୂର୍ବ ନୋଟିସ କୁ ବାତିଲ କରିବା ସହ ପଦୋନ୍ନତି ସ୍ତମ୍ଭ ରେ କିଛି ନାମ ପରିବର୍ତ୍ତନ ରହିଥିଲା ।
ତେବେ ନୂଆ ନୋଟିସ ଅନୁଯାୟୀ କାମାକ୍ଷାନଗର ଆଇଆଇସି ଙ୍କ ସମେତ ଅନ୍ୟ କିଛି ଆଇଆଇସିଙ୍କ ବଦଳରେ ନୂତନ କିଛି ଆଇଆଇସିଙ୍କୁ ପଦୋନ୍ନତି ମିଳିଥିବାର ନୋଟିସରେ ଦେଖିବାକୁ ମିଳିଛି ।
