ଗୋଟିଏ ପଟେ ହ୍ୱାଟ୍ସଆପର ଚାହିଦା ଏବଂ ୟୁଜର୍ସ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ ହ୍ୱାଟ୍ସଅପ ଆଣିଛି ପ୍ରାଇଭେସୀ ଟର୍ମ ଓ ପଲିସି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍ ମେସେଜ ପଠାଇ ଅନୁମତି ଲୋଡୁଛି । ଯଦି ଆପଣ ହ୍ୱାଟ୍ସଅପ ଚଳାଇବାକୁ ଚାହୁଁଛନ୍ତି ତାହେଲେ ତାହାର ସର୍ତରେ ରାଜି ହେବାକୁ ପଡିବ, ନହେଲେ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଣ୍ଟ ଛାଡିବାକୁ ପଡିବ ।
ତେବେ ପୂର୍ବରୁ ହ୍ୱାଟ୍ସଆପ ସବୁବେଳେ ଏହାର ବ୍ୟବହାରକାରୀଙ୍କୁ କହି ଆସୁଥିଲା, ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କଂପାନୀ ସବୁ ବେଳେ ସମ୍ମାନ କରେ । କିନ୍ତୁ ଏକ ମାସ ଭିତରେ ହ୍ୱାଟସଆପ ବଦଳିଯାଇଛି । ଆଉ ସେହି ଗୋପନୀୟତା ମିଳିବ ନାହିଁ । ରାଜି ଥିଲେ ଆପଣ ହ୍ୱାଟ୍ସଅପରେ ରହିବେ କିମ୍ବା ଫେବୃୟାରୀ ୮ ତାରିଖରୁ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଂଟ ଛାଡିବାକୁ ପଡିବ ।
ପପଅପ୍ ମ୍ୟାସେଜରେ ଦୁଇଟି ବିକଳ୍ପ ରହିଛି ଗୋଟିଏ ଆପଣ ନୂଆ ପ୍ରାଇଭେସି ପଲିସିକୁ ଗ୍ରହଣ କରିବେ କିମ୍ବା ନିଜ ହ୍ୱାଟସଆପ ଆକାଉଣ୍ଟ ଡିଲିଟ କରିଦେବେ । ହ୍ୱାଟ୍ସଆପର ନୂଆ ପିଲିସିରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଫେସବୁକ ଓ ଫେସବୁକ ଅନ୍ୟ କଂପାନୀକୁ ସେୟାର କରିବ । ଏପରି ହେଲେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାଧାରଣକୁ ଆସିଯିବାର ଭୟ ରହିଛି ।
ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି ।
ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ସମୟ ଦେଇଛି ହ୍ୱାଟ୍ସଆପ । ଏହି ସମୟ ଭିତରେ ଯେଉଁ ୟୁଜର୍ସ ନୂଆ ଟର୍ମ ଓ ପଲିସିକୁ ଆସେପ୍ଟ କରିବେ ନାହିଁ, କମ୍ପାନୀ ସେମାନଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ଡିଲିଟ୍ କରିଦେବ ।
