News
WhatsApp Image 2023-10-04 at 17.25.00
samparksetu

ନିଦାଘ

ନିଦାଘ ଆସିଲା ଆଣିଲା ଉପହାର
       ଶୁଣ ହେ ସଂସାର ନରନାରୀ
ଖାଇବା ତରଭୂଜ ଆମ୍ବଫଳ ଆଦି
       ଅଟେ ଏ ଦେହକୁ ଉପକାରୀ ll

ଚତୁର୍ଦିଗେ ହେଲାଣି ଜଳାଭାବ ଆଜି
      ଏ କୂପ,ତାଲାବ,ପୁଷ୍କରିଣୀ
ପଶୁପକ୍ଷୀ ସଭିଏଁ ସାଜିଲେ ନୀରବ
       ଆତଙ୍କିତ ଆଜି ଏ ଧରଣୀ ll

ସଭିଏଁ ଲୋଡିଲେ ଆଜି ଶୀତଳଛାଇ
     ନ ସହିଲେ ଆଉ ରୁଦ୍ର ତାପ
ହରିନେଲା ଏ ସଭିଁଙ୍କ ସୁଖ ବିଳାସ
     ନିରାଶ କଲାଣି ରୌଦ୍ର ଚାପ ll

ଗ୍ରୀଷ୍ମରୂପୀ ନିଦାଘ ଏ କାଳଭୈରବ
        ଚତୁର୍ଦିଗେ ଆଜି ଆତଙ୍କିତ
ଦାଉ ଯେ ସାଜିଛି ଏ ନିଦାଘ ଉତ୍ତାପ
        ସଭିଙ୍କୁ କଲାଣି କବଳିତ ll

ନିଜେ ଆଗ ଆମ୍ଭେ ହେବାଯେ ସଚେତନ
    ଜଗତେ ଦେବା ନିଦାଘ ବାର୍ତ୍ତା
ନିଦାଘ ନୁହଁଇ ଯେ କ୍ରୁର କାହା ପାଇଁ
    ସେ ପରା ଆମ ଜଗତଜିତା ll

   ✍️ ତ୍ରିନାଥ ପଟ୍ଟନାୟକ

new life
You might also like
error: Content is protected !!