News
WhatsApp Image 2023-10-04 at 17.25.00
samparksetu

ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, ୯ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ପୋଲିସ ହାତରେ ବ୍ୟାଙ୍କ ଲୁଟେରା, ଜବତ ହେଲା ବ୍ୟବହୃତ ମାରଣାସ୍ତ୍ର ଓ ପୁଳାପୁଳା ସୁନା ଏବଂ ଲକ୍ଷାଧିକ ଟଙ୍କା ।

ସୂଚନା ଅନୁଯାୟୀ ଗତ ୧୨ ତାରିଖ ବୁଧବାର ଦିନ ରାସୋଳ ଶାଖା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁ  ପ୍ରାୟ ଦିନ ୩ ଟା ସମୟରେ ୫ ଜଣ ଯୁବକ ଟଙ୍କା ଜମା କରିବା ବାହାନା ରେ ବ୍ୟାଙ୍କ କୁ ଆସିଥିଲେ, ହେଲେ ସଟର ବନ୍ଦ କରିବା ସହ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀ ଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । ହେଲେ ତତ୍ପରତା ଦେଖାଇଥିଲା ପୋଲିସ ଘଟଣା ର ୩ ଘଣ୍ଟା ମଧ୍ୟରେ ଗୋବିନ୍ଦପୁର ନିକଟରୁ ସମ୍ପୃକ୍ତ ଲୁଟ ଘଟଣା ନେଇ ୪ ଜଣ ଙ୍କୁ ଗିରଫ କରିଥିଲା ।   ପରବର୍ତ୍ତି ସମୟରେ ପଚରାଉଚୁରା ଜାରି ରଖି ଆଉ ୫ ଜଣ ଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ସୁନା ଗହଣା ଏବଂ ୧୧ ଲକ୍ଷ ୫୫ ହଜାର ୪୬୦ ଟଙ୍କା ଜବତ କରାଯାଇଛି ।

ଅନ୍ୟପଟେ ଜବତ ହୋଇଥିବା ସୁନା ର ଆନୁମାନିକ ମୂଲ୍ୟ ୨ କୋଟି ୫୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଲୁଟେରାଙ୍କ ଠାରୁ ଗୋଟିଏ କାର, ଦୁଇଟି ବାଇକ ଏବଂ ଦୁଇଟି ସ୍କୁଟି ଓ ଲୁଟ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଥିବାର  ଢେଙ୍କାନାଳ ଏସ୍ ପି ଲୋଗାନ୍ୟାଗୀ ଦିବ୍ୟା ଭି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!