News
lipub
samparksetu

ସ୍କୁଲ ଆଗରେ ନାହିଁ ହମ୍ପ୍ସ କେବଳ ଅଛି ଫଳକ, ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

ସ୍କୁଲ ଆଗରେ ନାହିଁ ହମ୍ପ୍ସ ହେଲେ ଅଛି ସୂଚନା ଫଳକ ଆଗରେ ଅଛି ହମ୍ପ୍ସ ସ୍କୁଲ ଏରିଆ ଗତି ନିର୍ଧାରିତ ନିୟମ ଅନୁଯାୟୀ ସୀମିତ କରନ୍ତୁ । ହେଲେ ସ୍କୁଲ ଏରିଆ ପାରିହୋଇ କିଲୋମିଟର ଗଲା ପରେ ମଧ୍ୟ ମିଳିଲା ନାହିଁ ହମ୍ପ୍ସ ।

ଏଭଳି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲା କପିଳାସ କୁ ଯିବା ରାସ୍ତା । କପିଳାସ ପ୍ରାଣିଉଦ୍ୟାନ, ବାବା ଚନ୍ଦ୍ରଶେଖର ପୀଠ ଭଳି ବିଭିନ୍ନ ପ୍ରସିଦ୍ଧ ସ୍ଥାନକୁ ସଂଯୋଗ କରୁଥିବା ଏହା ହେଉଛି ମୁଖ୍ୟ ରାସ୍ତା ତେଣୁ ଏହି ରାସ୍ତାରେ ନିତିଦିନିଆ ନାହିଁନଥିବାର ଯାନବାହାନ ଚଳାଚଳ କରିଥାନ୍ତି । ତେବେ ଭଗବାନ ପୁର ନିକଟରେ ଗଢିଉଠିଛି ଏକ ଶିକ୍ଷାନୁଷ୍ଠାନ । ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ ଆଗ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ହମ୍ପ୍ସ ରହିବା ନିହାତି ଜରୁରୀ । ଯାହା ଫଳରେ ସେହି ରାସ୍ତାଦେଇ ଯାଉଥିବା ଯାନବାହାନ ଗୁଡିକ ଅତ୍ୟଧିକ ଗତିଶୀଳ ହୋଇପାରିନଥାନ୍ତି ।

ହେଲେ ଏହି ରାସ୍ତାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରେ ଘଟିଛି ନାହିଁ ନଥିବାର ଦୁର୍ଘଟଣା । କାରଣ ବିଦ୍ୟାଳୟ ଦେଇଯାଇଥିବା ମୁଖ୍ୟ ରାସ୍ତାରେ ନାହିଁ ହମ୍ପ୍ସ । ତେବେ ରାସ୍ତା ତିଆରି ସମୟରେ ସେଠାରେ ସୂଚନା ଫଳକ ସହ ହମ୍ପ୍ସ ତିଆରି ହୋଇଥିବା ବେଳେ କୌଣସି ଏକ କାର୍ଯ୍ୟକ୍ରମ ଯୋଗୁଁ ହମ୍ପ୍ସ ଟି କଟାଯାଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟକ୍ରମ ସାରିବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏଠାରେ ହମ୍ପ୍ସଟିଏ ନିର୍ମାଣ ହୋଇପାରୀ ନାହିଁ । ବିଗତ କିଛିଦିନ ତଳେ ସେହି ଜାଗାରେ ବହୁ ଦୁର୍ଘଟଣା ଘଟିଯାଇଛି । ତେବେ ହମ୍ପ୍ସଟି ହଜିଯାଇଛି ବୋଲି ସ୍ଥାନୀୟ ମାହୋଲ ରେ ଚର୍ଚ୍ଚା ଧରିଛି ।

new life
You might also like
error: Content is protected !!