News
WhatsApp Image 2023-10-04 at 17.25.00
samparksetu

ନୂଆଁଖାଇ ଜୁହାର୍

ଅନ୍ନ ବ୍ରହ୍ମରୁପ   କୈବଲ୍ୟ ସ୍ୱରୂପ
       ଅନ୍ନ ରୁ ଗଢା ଶରୀର
ବ୍ରହ୍ମାର୍ପଣେ ଅନ୍ନ   ପବିତ୍ରିକରଣ
      ସୂକ୍ଷ୍ମ ଅଂଶେ ମନ ସ୍ଥିର ।

ଋଷି ପଞ୍ଚମୀରେ   ଋଷି ସଂସ୍କୃତିରେ
     ନବ ଶସ୍ୟେଷ୍ଟି ବିଧାନ
ଅନ୍ନଦାତ୍ରୀ ମାତ    ପଦେ ସମର୍ପିତ
      କୃତଜ୍ଞତା ଭରା ପ୍ରାଣ ।

ନବ ପରିଧାନେ   ପରିବାର ଜନେ
       ପରସ୍ପର  ମାନ୍ୟ ଦାନେ
ସରଳ ବିନୟ   ଭାବ ବିନିମୟ
        ନବୀନ ପୁଲକ ମନେ।

ଏକତ୍ର ଜୀବନ   ଲାଗେ ପରିପୂର୍ଣ୍ଣ
        ପ୍ରେମ ମୂଳମନ୍ତ୍ର ଜାର
ଗୁରୁ ଗୁରୁଜନ    ଚରଣେ ବନ୍ଦନ
        ନୂଆଖାଇ ର ଜୁହାର ।

ଜ୍ୟେଷ୍ଠ ଶ୍ରେଷ୍ଠଜନ  ପ୍ରିୟତ୍ଵ ଭାଜନ
        ଲଭିତହୁଁ ଶୁଭାଶୀଷ
ଆମ ପରମ୍ପରା  ଜଗତେ ନିଆରା
         ପ୍ରଭୁଙ୍କ ପାଦେ ଆଶ୍ରିତ ।

   ✍️  ଇଂ ବସନ୍ତ କୁମାର ବରାଳ

new life
You might also like
error: Content is protected !!