News
lipub
samparksetu

ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମଧୁସାହୁପାଟଣା ଗ୍ରାମର ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ କରିବାକୁ ଦାବିକରି ବାସହୀନ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ମାନେ ପୂର୍ବରୁ ଜମିପଟ୍ଟା ପାଇଁ ଜିଲ୍ଲା ପାଳଙ୍କ ନିକଟରେ ଆବେଦନ କରିଥିବା ବେଳେ ଏହା ଅନୁମୋଦନ ପାଇଁ ପଡ଼ିରହିଛି ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ସୂଚନା ଅନୁସାରେ ଗ୍ରାମର ବନ୍ଦୋବସ୍ତ ସମୟରେ ଚାନ୍ଦା ନଦେବାରୁ ଜଣେ ଅମୀନ ଜମିକୁ ଶାବକ ଜଙ୍ଗଲ ଜମିରେ ସାମିଲ କରିଦେଇଥିଲେ । ଏହାକୁ ନେଇ ଗ୍ରାମବାସୀ ମାନେ ସାଂସଦ ଙ୍କୁ ଅବଗତ କରିବା ସହିତ ଏକ ପଲ୍ଲୀ ସଭା କରାଯିବା ସହିତ ପଟ୍ଟା ପାଇଁ ବନଖଣ୍ଡ ଅଧିକାରୀ,ତହସିଲ ଦାର,ରାଜସ୍ୱ ନିରୀକ୍ଷକଙ୍କ ଅନୁମଟି ନିଆ ଯାଇଥିଲା ।

ଏହି ଫାଇଲଟି ବର୍ତ୍ତମାନ ମଙ୍ଗଳ ଅଧିକାରୀଙ୍କ ନିକଟରେ ପଡ଼ି ରହିଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୭୯ ବର୍ଷ ହେବ ଗ୍ରାମବାସୀ ମାନେ ଏହି ଜମିରେ ଘରଦ୍ୱାରା କରି ରହି ଆସୁଥିବା ବେଳେ ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି ।ଏ ଦିଗରେ ଜିଲ୍ଲାପାଳ ତଦନ୍ତ ସହିତ ବାସହୀନ ପରିବାରକୁ ଜମି ପଟ୍ଟା ପ୍ରଦାନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!